ଧୋନୀଙ୍କ ଫ୍ୟାନ ହେଲେ ଜନ୍ ସିନା: ଇନଷ୍ଟାଗ୍ରାମ ପୋଷ୍ଟ କରି ଲେଖିଲେ ଏମିତି କଥା

285

କନକ ବ୍ୟୁରୋ: ପୂର୍ବ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ନଜାଣେ । କ୍ରିକେଟରେ ନିଜ ଜଲୱା ଦେଖାଇ ସେ ଲୋକଙ୍କ ହୃଦୟ ଜିତିଛନ୍ତି । ଆଉ ଏଥାପାଇଁ ତାଙ୍କର ପ୍ୟାନ ବେଶ ବି ବହୁତ ବଡ । ତାଙ୍କ ଫ୍ୟାନ କେବଳ ଭାରତରେ ନାହାନ୍ତି ବିଦେଶରେ ବି ରହିଛନ୍ତି । ଯାହା ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଜନ ସିନାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଦେଖିଲେ ଜଣାପଡୁଛି । ଜନ ସିନା ଭାରତୀୟ ପୂର୍ବତନ କ୍ରିକେଟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ ବଡ ଫ୍ୟାନ ।

ଜନ ସିନା ଆମେରିକାର ଜଣେ ସୁପର ଷ୍ଟାର ରେସଲର । ତାଙ୍କର ଭାରତରେ ମଧ୍ୟ ଅନେକ ଫ୍ୟାନ ରହିଛନ୍ତି । ହେଲେ ଏବେ ସେ ଭାରତୀୟ କ୍ରିକେଟ ମହେନ୍ଦ୍ର ସିଂ ବଡ ଫ୍ୟାନ ବୋଲି ଜାଣିବାକୁ ମିଳିଛି । ଜନ ସିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧୋନୀଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋ ଟି-୨୦ ବିଶ୍ୱକପ ସମୟର । ଏହି ଫଟୋରେ ଧୋନୀ କାହା ସହ ହାତ ମିଳାଉଥିବାର ନଜର ଆସୁଛନ୍ତି । ଏହି ଫଟୋକୁ ୯ ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଲେଣି । ଆଉ ଏହା ଅଧିକରୁ ଅଧିକ ସେୟାର ହେବାରେ ଲାଗିଛି ।

ଜନ ସିନା ଏହାପୂର୍ବରୁ ଅନେକ ଭାରତୀୟ ଷ୍ଟାରଙ୍କ ଫଟୋ ସେୟାର କରିସାରିଛନ୍ତି । ବିରାଟ କୋହଲି, ଅମିତାଭ ବଚ୍ଚନ, ଶାହରୁଖ ଖାନ ଓ ଐଶ୍ୱର୍ଯ୍ୟାଙ୍କ ଭଳି ଭାରତୀୟ ଷ୍ଟାରଙ୍କ ଫଟୋ ସେୟାର କରି ସାରିଛନ୍ତି । ଜଣେ ଆମେରିକୀୟ ଷ୍ଟାର ହୋଇ ମଧ୍ୟ ସେ ଭାରତୀୟଙ୍କ କଳାରେ ବେଶ ଆକର୍ଷିତ ହୋଇ ପାରିଛନ୍ତି ।

ଧୋନୀ ଟି-୨୦ ବିଶ୍ୱକପରେ ଟିମ ଇମ୍ଡିଆର ମେଣ୍ଟର ରହିଥିଲେ । ଭାରତ ଏଥିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଆଉ ସେହି ସମୟରେ ଜନ ସିନା ସେୟାର କରିଥିବା ଫଟୋ ଭାଇରାଲ ହୋଇଥିଲା । ସିନା ଏହି ଫଟୋ ସେୟାର କରିବା ପରେ ତାଙ୍କୁ ଅନେକ ପ୍ରଶଂସକ କମେଣ୍ଟ କରି ଉଭୟଙ୍କୁ ପ୍ରଶଂସା କରିଥିଲେ ।

ଡବ୍ଲୁଡବ୍ଲୁଇରେ ୧୬ ଥର ଚାମ୍ପିୟନ ଜନ ସିନାଙ୍କ ଇନଷ୍ଟାଗ୍ରାମରେ ୧୬.୭ ମିଲିୟନ ଫଲୋଅର୍ସ ରହିଛନ୍ତି । ଡବ୍ଲୁଡବ୍ଲୁଇରେ ନିଜ ପ୍ରଦର୍ଶନ ପାଇଁ ଜନସିନା ଭାରତରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେହିପରି ମନି ଇନ ଦ ବ୍ୟାଙ୍କ ୨୦୨୧ ପରେ ଡବ୍ଲୁଡବ୍ଲୁଇରେ ପୁଣି ଦମଦାର ଏଣ୍ଟ୍ରି କରିଛନ୍ତି ଜନ ସିନା ।