ଚୀନ୍ ଡାକ୍ତରଙ୍କ ବଡ଼ ଖୁଲାସା : କରୋନା ଭାଇରସ୍ ର ଭୟାବହତା ନେଇ ଆଗରୁ ଜାଣିଥିଲୁ କିିନ୍ତୁ ସରକାର ଚୁପ୍ ରହିବାକୁ ବାଧ୍ୟ କରିଥିଲେ ।

7,819

୨୦୧୯ ଡିସେମ୍ବର ୧୫ ତାରିଖରୁ ଚୀନର ବୁହାନ୍ ସହରରୁ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । କରୋନାର କେନ୍ଦ୍ରସ୍ଥଳ ପାଲଟିଥିବା ବୁହାନ୍ ର ଡାକ୍ତରମାନେ ଏହି ଭୟାବହ ଭୁତାଣୁର ଫଳାଫଳ କ’ଣ ହେବ ବୋଲି ମଧ୍ୟ ଜାଣି ସାରିଥିଲେ । ଭୁତାଣୁ ତୀବ୍ର ବେଗରେ ବ୍ୟାପିବାର ଖବର ମଧ୍ୟ ଡାକ୍ତରମାନେ ପୂର୍ବରୁ ଜାଣିସାରିଥିଲେ । କିନ୍ତୁ ଚୀନ୍ ସରକାର ଏବଂ ଅଧିକାରୀ ଡାକ୍ତରଙ୍କୁ ମୁହଁ ଖୋଲିବାକୁ ହିଁ ମନା କରିଥିଲେ । ଯଦି ସେହି ସମୟରେ ଚୀନ୍ ସରକାର ଡାକ୍ତରଙ୍କ କଥା ଶୁଣିଥାନ୍ତେ ତେବେ ଏତେ ଲୋକଙ୍କ ଜୀବନ ଯାଇନଥାନ୍ତା । ଭୁତାଣୁ କାରଣରୁ ଦୁନିଆରେ ପାଖାପାଖି ୧୨୨,୯୨୬ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୫୯୫ ଲୋକଙ୍କ ଜୀବନ ଚାଲିଗଲାଣି । ଭାଇରସ୍ କୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର ମଧ୍ୟ ମୃତ୍ୟୁବରଣ କରିସାରିଲେଣି । କିଛି ଲୋକ ଭୟରେ ଗାୟବ୍ ହୋଇଗଲେଣି । ତେବେ ଏଥିମଧ୍ୟରେ କରୋନା ଭାଇରସ୍ କୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମଧ୍ୟରୁ ଜଣେ ଆଇ ଫେନ୍ ଚୀନ୍ ସରକାର ବିରୁଦ୍ଧରେ ଦେଇଥିବା ବୟାନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ବୁହାନ୍ ଡାକ୍ତର ଆଇ ଫେନ୍ କହିଥିଲେ ଯେ ମୋର ଅନେକ ସାଥୀ ଏହି ରୋଗରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିସାରିଲେଣି । ଡିସେମ୍ବରରେ ଏହି ଭାଇରସ୍ ବ୍ୟାପିବା ବିଷୟରେ ଜାଣିବା କ୍ଷଣି ହିଁ ଆମେ ଅଧିକାରୀଙ୍କୁ ଏନେଇ ସୂଚିତ କରିଥିଲୁ । କିନ୍ତୁ ଏହା ନିରାକରଣ ପାଇଁ ପଦକ୍ଷେପ ନେବା ବଦଳରେ ଆମକୁ ଚୁପ୍ ରହିବା ପାଇଁ କୁହାଯାଇଥିଲା । ବୁହାନ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ ର ଜରୁରୀକାଳିନ ବିଭାଗ ନିର୍ଦ୍ଦେଶକ ଡାକ୍ତର ଆଇ ଫେନ୍ ମ୍ୟାଗେଜିନ୍ ରେନବୁକୁ ଏକ ସାକ୍ଷାତକାରରେ ଏହି କଥା କହିଥିଲେ । ଭାଇରସ୍ ବିଷୟରେ କାହାକୁ ଅବଗତ କରାଇଲେ ପରିଣାମ ଭୟଙ୍କର ହେବ ବୋଲି ଡାକ୍ତରଙ୍କୁ ଧମକ ଦିଆଯାଇଥିଲା । ତାଙ୍କ ସାଥି ଏବଂ ଏହି ମାମଲାରେ ସୋସିଆଲ୍ ମିଡିଆରେ ସ୍ୱର ଉଠାଇଥିବା ଡାକ୍ତର ଲି .ବେନଲିୟାଙ୍ଗ୍ ଏବେ ଜେଲରେ ଅଛନ୍ତି । ଏତେ ଲୋକ ଏହି ଭୁତାଣୁର ଆକ୍ରୋଶରେ ଆସିଥିଲେ ସେ କେବେ ବି ଚୁପ୍ ବସିନଥାନ୍ତେ ବୋଲି ସାକ୍ଷାତକାରରେ କହିଥିଲେ । ଡା.ଫେନଙ୍କ ଏହି ସାକ୍ଷାତକାରକୁ ସବୁ ନ୍ୟୁଜ୍ ପ୍ଲାଟଫର୍ମରୁ ଡିଲିଟ୍ କରାଯାଇଥିବା ବେଳେ କିଛି ଲୋକ ଏହାର ସ୍କ୍ରିନସଟ୍ ନେଇ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।