କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ପ୍ଲେ-ଅଫ୍ । ଆସନ୍ତା ୨୮ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚର ପରେ ପରେ ଆସନ୍ତା ଜୁନ୍ ୭ ତାରିଖରେ ଅଷ୍ଟ୍ରେଲିଆ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବ ଭାରତ । ଏଥିପାଇଁ ଏବେଠୁ ଇଂଲଣ୍ଡ ଗସ୍ତରେ ବାହାରି ପଡିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ମଙ୍ଗଳବାର ଦଳର କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୨୦ ଜଣ ସଦସ୍ୟ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି । ଏଥିସହିତ ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ଖେଳାଳି ଇଂଲଣ୍ଡରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।
ଖାସ୍ କରି, ଯେଉଁ ଟିମ ଆଇପିଏଲ୍ ପ୍ଲେ ଅଫରୁ ବାଦ୍ ପଡିଛନ୍ତି, ସେହି ଦଳର ଖେଳାଳି ଏବେ ଇଂଲଣ୍ଡ ଗସ୍ତରେ ବାହାରି ପଡିଛନ୍ତି । ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳି ଇଂଲଣ୍ଡ ଗସ୍ତରେ ଯାଇଛନ୍ତି । ତେବେ ବିରାଟ କୋହଲି ଏବଂ ଅଶ୍ୱିନୀଙ୍କ ଆଇପିଏଲ୍ ମ୍ୟାଚ୍ ଶେଷ ହୋଇଥିଲେ ବି ସେମାନେ ଆସନ୍ତାକାଲି ଇଂଲଣ୍ଡ ଯାଇପାରନ୍ତି ବୋଲି କୁହାଯାଉଛି ।
ଅନ୍ୟପଟେ ଉମେଶ ଯାଦବଙ୍କ ସହିତ ନେଟ୍ ବୋଲର ଆକାଶ ଦୀପ, ପୁଲକିତ ନାରଙ୍ଗ, ଅନିକେତ ଚୌଧୁରୀ, ପୃଥ୍ୱୀରାଜ ୟାରା ପ୍ରଥମ ପର୍ଯ୍ୟାୟରେ ଇଂଲଣ୍ଡ ବାହାରିଛନ୍ତି । ତେବେ ବିସିସିଆଇର ପ୍ଲାନ୍ ମୁତାବକ, ଆଇପିଏଲ୍ ଶେଷ ହେବା ପରେ ପ୍ରାୟ ସମସ୍ତ ଖେଳାଳି ଇଂଲଣ୍ଡରେ ପହଞ୍ଚିଯିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/27-16.jpg)