ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ଟସ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।

151

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିବ । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଉଭୟ ଦଳ ମ୍ୟାଚ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ।

୧୮ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବାର ଥିଲା । ହେଲେ ବର୍ଷା ଯୋଗୁଁ ଟସ ବି ପଡିନଥିଲା । ସାଉଦଅମ୍ପଟନରେ ଲଗାତାର ବର୍ଷା ଯୋଗୁଁ ମ୍ୟାଚ ଅନୁଷ୍ଠିତ ହୋଇ ପାରୁନଥିଲା । ହେଲେ ଆଜି ପାଗ ଶୁଖିଲା ହେବା ମ୍ୟାଚ ଆରମ୍ଭ ହୋଇଛି ।

ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା ମିଳିଛି । ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉଠିଛି ନ୍ୟୁଜିଲାଣ୍ଡ ଦଳ । ତେଣୁ ଏହା ଭାରତର ଚିନ୍ତା ବଢାଇ ଦେଇଛି । ସେପଟେ ଭାରତ ମଧ୍ୟ ଅଭିଜ୍ଞ ଦଳକୁ ନେଇ ବେଶ ଦୃଢ ରହିଛି ।

Comments are closed.