କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିବ । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଉଭୟ ଦଳ ମ୍ୟାଚ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ।
୧୮ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବାର ଥିଲା । ହେଲେ ବର୍ଷା ଯୋଗୁଁ ଟସ ବି ପଡିନଥିଲା । ସାଉଦଅମ୍ପଟନରେ ଲଗାତାର ବର୍ଷା ଯୋଗୁଁ ମ୍ୟାଚ ଅନୁଷ୍ଠିତ ହୋଇ ପାରୁନଥିଲା । ହେଲେ ଆଜି ପାଗ ଶୁଖିଲା ହେବା ମ୍ୟାଚ ଆରମ୍ଭ ହୋଇଛି ।
ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା ମିଳିଛି । ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉଠିଛି ନ୍ୟୁଜିଲାଣ୍ଡ ଦଳ । ତେଣୁ ଏହା ଭାରତର ଚିନ୍ତା ବଢାଇ ଦେଇଛି । ସେପଟେ ଭାରତ ମଧ୍ୟ ଅଭିଜ୍ଞ ଦଳକୁ ନେଇ ବେଶ ଦୃଢ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/E4O9tozWEAIUX-0.jpg)