ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ 

221

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ଭାରତ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯, ବିରାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ । ଫଳରେ ଦଳ ୯୨ ଓଭର ୨ଟି ବଲ ଖେଳି ୨୧୭ ରନରେ ଅଲ ଆଉଟ ହୋଇ ଯାଇଛି ।