ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ନେଇ ଘୋଷଣା କଲା ଆଇସିସି । ଦେଖନ୍ତୁ, ନୂଆ ଖେଳସୂଚୀ…

255

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ( ଆଇସିସି )ପକ୍ଷରୁ ୨୦୨୧-୨୩ ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ସହିତ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ୫ ଟିକିଆ ଟେଷ୍ଟ ସିରିଜଠାରୁ ୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେବ । ୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଇସିସି ପକ୍ଷରୁ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।

ନୂଆ ବ୍ୟବସ୍ଥା ଅନୁସାରେ ଗୋଟିଏ ଟେଷ୍ଟ ମ୍ୟାଚ ଜିତିଲେ ୧୨ ପଏଣ୍ଟ ମିଳିବ । ସେହିପରି ଟାଏ ହେଲେ ୬ ପଏଣ୍ଟ, ଡ୍ର ରହିଲେ ୪ ପଏଣ୍ଟ ଓ ହାରିଲେ ୦ ପଏଣ୍ଟ ମିଳିବ । ଗୋଟିଏ ସିରିଜରେ ଥିବା ମ୍ୟାଚ ଅନୁସାରେ ପଏଣ୍ଟ ନିର୍ଦ୍ଧାରଣ କରାଯିବ ।ଉଦାହରଣସୂରୂପ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଥିବାରୁ ମୋଟ ପଏଣ୍ଟ ସଂଖ୍ୟା ୬୦ ରହିବ । ତେବେ ସୂଚନାଯୋଗ୍ୟ ଯେ, ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା ।