ଫେସବୁକ୍ ଡାଟା ଲିକ୍ ମାମଲା ପରେ ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ପ୍ରାଇଭେସି ଲିକ୍ ହେବା ଘଟଣା ଏବେ ସନ୍ଦେହ ଘେରରେ ରହିଛି। ହ୍ଵାଟସ୍ ଆପ୍ରେ ୨୦୦ମିଲିୟନ ସକ୍ରିୟ ବ୍ୟବହାରକାରୀ ଅଛନ୍ତି। ତେବେ ହ୍ଵାଟସ୍ ଆପକୁ ନେଇ ନିକଟରେ ଅଭିଯୋଗ ହୋଇଛି କି ଏହାର ବ୍ୟବହାରକାରୀଙ୍କ ଡାଟା ସେତେ ବି ସୁରକ୍ଷିତ ନୁହେଁ ଯେତିକି କମ୍ପାନି ଦାବି କରିଛି।
ସାଇବର ଏକ୍ସପର୍ଟଙ୍କ କହିବାନୁସାରେ, ହ୍ଵାଟସ୍ ଆପରେ କିଛିଟା ସର୍ତ୍ତ ଏପରି ରହିଛି ଯାହାକୁ ନେଇ ଚ୍ୟାଲେଞ୍ଚ କରାଯାଇ ପାରିବ ନାହିଁ। ଯାହାଫଳରେ ବ୍ୟବହାରକାରୀଙ୍କ ଡାଟାକୁ ନେଇ ଭବିଷ୍ୟତରେ ଅସୁବିଧା ପରିଲକ୍ଷିତ ହୋଇପାରେ। କିନ୍ତୁ ହ୍ଵାଟସ୍ ଆପ୍ ଏହାକୁ ଖଣ୍ଡନ କରିଛି ଏବଂ କହିଛି ବ୍ୟବହାରକାରୀଙ୍କ ଚାଟ ଆଣ୍ଡ ଟୁ ଆଣ୍ଡ ଏନକ୍ରିପଟେଡ ହୋଇଥାଏ। ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ଡାଟାର ଖୁବ୍ ସ୍ୱଳ୍ପ ସୂଚନା ନିଜ ପାଖରେ ରଖିଥାଏ। ସେ ବ୍ୟବହାରକାରୀଙ୍କ ମେସେଜକୁ ଟ୍ରାକ୍ କରେ ନାହିଁ। ଏକ୍ସପର୍ଟଙ୍କ କହିବାନୁସାରେ, ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ଡାଟାକୁ କୋର୍ଡରେ ପରିବର୍ତ୍ତନ କରି ତାହାକୁ ସୁରକ୍ଷିତ ରଖିଥାଏ। କିନ୍ତୁ କଲ ସୂଚନା ଆଦିର ଡାଟା କମ୍ପାନି ଉପଯୋଗ କରିଥାଏ। ହ୍ଵାଟସ୍ ଆପ୍ ସ୍ୱୀକାର କରିଛି କି ସେ ବ୍ୟବହାରକାରୀଙ୍କ ପରିଚୟ ଓ ଉପକରଣର ସୂଚନା ଫେସବୁକ୍ ସହିତ ଆଲୋଚନା କରିଥାଏ।
ଏନକ୍ରିପସନ୍ ଏକ ହାଇଲେବଲର ସିକ୍ୟୁରିଟି ସିଷ୍ଟମ ହୋଇଥାଏ। ଯାହା ଆମର ଡାଟାକୁ କୋର୍ଡରେ ପରିବର୍ତ୍ତନ କରିଥାଏ। ଯାହାକୁ ‘କି’ ଦ୍ୱାରା ଖୋଲା ଯାଇପାରେ। ଏନକ୍ରିପସନ୍ ଏକ ଅତ୍ୟାଧୁନିକ ସିକ୍ୟୁରିଟି ଅପସନ୍। ଏଥିରେ ସୁରକ୍ଷିତ ଡାଟାକୁ କେବଳ ‘ୟୁନିକ୍ କି’ ଦ୍ୱାରା ହିଁ ଡିକ୍ରିପ୍ଟ କରାଯାଇ ପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/14846307689774.jpg)