ଭଦ୍ରକର ଇରମ ଗସ୍ତ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭୂଲ ଟ୍ୱିଟ । ସମାଲୋଚନା ପରେ ତ୍ରୁଟି ସୁଧାରିଲେ ।

Advertisment
ଭଦ୍ରକର ଇରମ ଗସ୍ତ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭୂଲ ଟ୍ୱିଟ । ସମାଲୋଚନା ପରେ ତ୍ରୁଟି ସୁଧାରିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏକ ଭୁଲ ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି । ଭଦ୍ରକ ଗସ୍ତ ଅବସରରେ ଇରମ୍ ଯାଇଥିବା ରାଜନାଥ ସିଂ ଯେଉଁ ଟ୍ୱିଟ କରିଥିଲେ ସେଥିରେ ଥିଲା ଭୁଲ ତଥ୍ୟ । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜନାଥ ନିଜ ଟ୍ୱିଟର ପେଜରୁ ଏହାକୁ ହଟାଇ ନେଇଥିଲେ ।

publive-imageଭଦ୍ରକର ଇରମକୁ ଗସ୍ତ କରିବା ପରେ ରାଜନାଥ ସିଂ ଟ୍ୱିଟ କରି ଲେଖିଥିଲେ,

ଓଡିଶାର ଭଦ୍ରକରେ ଇରମ ଶହୀଦଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କଲି । ସେପଟେମ୍ବର ୨୮, ୧୯୪୨ରେ ଶହୀଦ ହୋଇଥିବା ଗୋପବନ୍ଧୁ ଦାଶ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଏବଂ ମଧୁସୁଦନ ଦାଶଙ୍କ ବଳିଦାନକୁ ଦେଶ କେବେ ମଧ୍ୟ ଭୂଲିବ ନାହିଁ ।

ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ

publive-image

ବଡ କଥା ହେଉଛି, ଯେଉଁ ସବୁ ମହାନ ବ୍ୟକ୍ତିବିଶେଷଙ୍କ ନାଁ କେନ୍ଦ୍ର ଗୃହମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଏମାନଙ୍କ ଭିତରୁ କେହି ମଧ୍ୟ ଇରମର ନର ସଂହାରରେ ଶହୀଦ ହୋଇନଥିଲେ, ଯାହାକୁ ଦେଶର ଦ୍ୱିତୀୟ ଜାଲିଆନାୱାଲାବାଗ ଘଟଣା ବୋଲି ମଧ୍ୟ ଅଭିହିତ କରାଯାଇ ଥାଏ ।

ଏହି ପୋଷ୍ଟର କିଛି ମିନିଟ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଟ୍ୱିଟରରେ ସମାଲୋଚିତ ହୋଇଥିଲେ ।

ପରେ ନିଜ ପୋଷ୍ଟକୁ ହଟାଇ ଦେଇ ନୂଆ ଟ୍ୱିଟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

ରାଜ୍ୟ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିନିକିଆ ଓଡିଶା ଗସ୍ତରେ ଆସିଥିଲେ ରାଜନାଥ ସିଂ ।

ସେପଟେମ୍ବର ୨୮, ୧୯୪୨ରେ ବ୍ରିଟିଶ ଗୁଳିର ଶୀକାର ହୋଇଥିଲେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ । ଉକ୍ତ ସ୍ଥାନରେ ଶହୀଦ ସ୍ତମ୍ଭ ସ୍ଥାପନ କରି ଶହୀଦଙ୍କ ଉଦ୍ଦେଶ୍ୟରେ ଜଣାଯାଇଥିଲା  ସମ୍ମାନ । ସେବେଠାରୁ ଏହି ସ୍ଥାନ ରକ୍ତ ତୀର୍ଥ ଭାବେ ମଧ୍ୟ ଜଣାଶୁଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe