ରଙ୍ଗ ସାଇଡରେ ଗାଡି ଚଲାଉଥିଲେ ସାବଧାନ । ଆଜି ୬୯ଟି ଗାଡି ସିଜ୍ କଲା ପୋଲିସ, ଖୁବଶୀଘ୍ର ଲଗାଯିବ ଟାୟାର କିଲର ।

1,004

କନକ ବ୍ୟୁରୋ : ରଙ୍ଗ ସାଇଡରେ ଗାଡି ଚଳାଉଥିଲେ ସାବଧାନ । ଖାସକରି ଟ୍ୱିନସିଟିରେ । ରଙ୍ଗ ସାଇଡରେ ଗାଡି ଚଳାଇଲେ କେବଳ ଯେ ଚକା ଲିକ୍ ହେବ ତାହା ନୁହେଁ ବରଂ ଗାଡି ମଧ୍ୟ ସିଜ୍ କରିବ ପୋଲିସ । ଏପରିକି ଆଜି ଭୁବନେଶ୍ୱରରେ ରଙ୍ଗ ସାଇଡରେ ଆସୁଥିବା ୬୯ ଜଣ ଗାଡି ଚାଳକଙ୍କ ଗାଡି ସିଜ୍ କରିଛି ପୋଲିସ । ଭୁବନେଶ୍ୱରର ୯ଟି ସ୍ଥାନରେ ଯାଞ୍ଚ  କରାଯାଉଥିବା ବେଳେ ଏହି ଗାଡି ଗୁଡିକୁ ସିଜ୍ କରାଯାଇଛି । କୋର୍ଟଙ୍କ ଅନୁମତି ପରେ ଗାଡି ଗୁଡିକୁ ଛଡାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହାବାଦ୍ ହେଲମେଟ, ସିଟବେଲ୍ଟ, ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି । ଏହାପୂର୍ବରୁ ଗତକାଲି ରଙ୍ଗ ସାଇଡରେ ଗାଡି ଚଳାଉଥିବା ଚାଳକଙ୍କ ସାବାଡ କରିବାକୁ ରାସ୍ତାରେ ସ୍ପାଇକ ବାରିଅର ବା ଟାୟାର କିଲିର ଲଗାଯିବ ବୋଲି ପୋଲିସ କମିଶନର କହିଥିଲେ ।ଯାହାଦ୍ୱାରା ରଙ୍ଗ ସାଇଡରେ ଗାଡି ଚଲାଇଲେ ଚକା ଲିକ୍ ହୋଇଯିବ ।

ଏସବୁ ଭିତରେ ସରକାର ଗାଡି କାଗଜପତ୍ର ପାଇଁ ଦେଇଥିବା ଡେଡଲାଇନ ସରି ସରି ଆସୁଛି । ଆସନ୍ତା ମାର୍ଚ୍ଚ ୧ରୁ ହେଲମେଟ, ରଙ୍ଗ ସାଇଡ ଗାଡି ଚାଳନା ସହ ଗାଡି କାଗଜପତ୍ର ଯାଞ୍ଚ କୁ କଡାକଡି କରାଯିବ । ତେଣୁ ପୁଣିଥରେ ଆରଟିଓରେ ଗାଡି ଚାଳକଙ୍କ ଭିଡ ଜମିବା ଆରମ୍ଭ ହେଲାଣି ।