କନକ ବ୍ୟୁରୋ: ବୋର୍ଡ଼ କର୍ତୁପକ୍ଷଙ୍କ ଖାମଖିଆଲ ନୀତି । ଆଡ଼ମିଟ୍ କାର୍ଡ଼ରେ ଭୁଲଥିଲା । ସଂଶୋଧନ ବଦଳରେ ବୋର୍ଡ଼ ସାର୍ଟିପିଂକେଟ୍ରେ ବି ବିଦ୍ୟାଳୟ ନାମ ଭୁଲ ଆସିଲା । ଯାହାକୁ ନେଇ ଆଗକୁ ଅନେକ ଅସୁବିଧା ଉପୁଜିବ । ଏବେଠୁ ଛାତ୍ର ଛାତ୍ରୀଙ୍କ ଚିନ୍ତା ବଢିଗଲାଣି । ଏହିଭଳି କିଛି ଘଟଣା ଭଂଜନଗର ବ୍ଳକ ବଡ଼କୋଦଣ୍ଡା ପଂଚାୟତର ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟର ନାମ ପରିବର୍ତନ ହୋଇ ଜବାହାର ଜ୍ୟୋତି ହାୟର ସେକେଣ୍ଡାରୀ ସ୍କୁଲ ସୁରମଣୀ ହୋଇଯାଇଛି । ଫଳରେ ନିଜ ସାର୍ଟିପିଂକେଟ୍ରେ ନିଜ ସ୍କୁଲ ନାମ ଭୁଲ ଥିବାନେଇ ଚିନ୍ତାରେ ପଡ଼ିଛନ୍ତି । ଆଡ଼ିମିଟ୍ କାର୍ଡ଼ରେ ଭୁଲ ଥିଲା ସଂଶୋଧନ ପାଇଁ କୁହାଯାଇଥିଲା ହେଲେ ସଂଶୋଧନ କାହିଁକି ହେଲାନି ବୋଲି ପ୍ରଶ୍ନ ଉଠିଛି ।

ବୋର୍ଡ଼ କର୍ତୁପକ୍ଷଙ୍କ ଖାମଖିଆଲ ନୀତି ଯୋଗୁ ଚିନ୍ତାରେ ପଡିଛନ୍ତି ସ୍କୁଲ କର୍ତୃପକ୍ଷଙ୍କଠାରୁ ନେଇ ଛାତ୍ରଛାତ୍ରୀ ମାନେ । କିଛି ମାସ ପୂର୍ବରୁ ଆଡ଼ମିଟ୍ କାର୍ଡ଼ ମିଳିଥିଲା ସେଥିରେ ମଧ୍ୟ ବିଦ୍ୟାଳୟ ନାମ ଭୂଲ ଥିବା କଥା ଛାତ୍ର ଛାତ୍ରୀମାନେ ଶିକ୍ଷକଙ୍କୁ କହିଥିଲେ । ହେଲେ ପରୀକ୍ଷା ସରି ଫଳାଫଳ ବାହାରି ସରିଥିଲେ ବି ପିଲାଙ୍କ ମନରେ ଖୁସି ନାହିଁ । ବିଦ୍ୟାଳୟ ନାଁ ପରିବର୍ତନ ହୋଇ ଆସିଲେ ପିଲାମାନେ ଉ୍ଚ୍ଚଶିକ୍ଷା ପାଇଁ ଯିବେ ବୋଲ ି ଅପେକ୍ଷାରେ ରହିଛନ୍ତି ।

ଭୁଲ ହେବାପରେ ତାହା ବୋର୍ଡ଼ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତାପରେ ମଧ୍ୟ କିପରି ସଂଶୋଧନ ହୋଇପାରିଲା ନାହିଁ ତାକୁନେଇ ଉଠିଛି ପ୍ରଶ୍ନ । ଖୁବଶିଘ୍ର ବୋର୍ଡ଼ କତୃପ’କ୍ଷ ଏହାର ସଂଶୋଧନ କରି ସମାଧାନ କରିବାକୁ ଦାବି ହୋଇଛି ।