କନକ ବ୍ୟୁରୋ : ଗୋଟିଏ ଗୋଡରେ ଘା, ଆଉ ଗୋଟିଏ ଗୋଡରେ ଅପରେସନ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝରରେ ଏଭଳି ଏକ ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି । ମୀତାରାଣୀ ଜେନା ନାମକ ଜଣେ ମହିଳା, ଗୋଡର ଘା ଅପରେସନ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର, ନିଶ୍ଚେତକ ଦେଇ ଅପରେସନ ବି କଲେ । କିନ୍ତୁ ପରେ ଦେଖିଲେ ଯେଉଁ ଗୋଡରେ ଘା ହୋଇଛି, ସେହି ଗୋଡରେ ଅପରେସନ ନକରି ଅନ୍ୟ ଗୋଡରେ ଅପରେସନ୍ କରିଦେଇଛନ୍ତି । ପୁଣି ଘା ହୋଇଥିବା ଗୋଡରେ ଅପରେସନ୍ କଲେ । ଏବେ ମୀତାରାଣୀଙ୍କ ଦୁଇଟି ଗୋଡରେ ଅପରେସନ୍ ହୋଇ ଚିକିତ୍ସାଧୀନ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲା ଖଡିବିଲ ଗାଁର ମିତାରାଣୀ ଜେନାଙ୍କ ବାମ ଗୋଡ ପାଦ ଫାଟି ଯନ୍ତ୍ରଣା ହେବାରୁ ସେ ଆନନ୍ଦପୁର ସବ-ଡିଭିଜନ୍ ହସ୍ପିଟାଲକୁ ଯାଇଥିଲେ । ଡାକ୍ତର ତାଙ୍କୁ ଦେଖିବା ପରେ ଡ୍ରେସିଂ କରିବା ପାଇଁ କର୍ମଚାରୀଙ୍କୁ କହିଥିଲେ । ହେଲେ ମିତାରାଣୀଙ୍କ କହିବା ହେଲା ତାଙ୍କୁ ଆନାସ୍ଥେସିଆ ଦେଇ ଡ୍ରେସିଂ କରାଯାଇଥିଲା । ଆଉ ହୋସ୍ ଆସିବା ପରେ ଦେଖିଲେ ତାଙ୍କ ବାମ ଗୋଡ ସ୍ଥାନରେ ସଂପୃକ୍ତ କର୍ମଚାରୀ ଡାହାଣ ଗୋଡରେ ଡ୍ରେସିଂ କରିଛନ୍ତି । ଏଥିରେ ତାଙ୍କ ସ୍ୱାମୀ ଓ ସେ ଆପତି କରିବା ପରେ ପୁଣି ତାଙ୍କ ବାମ ଗୋଡକୁ ଡ୍ରେସିଂ କରାଯାଇଥିଲା । ଏନେଇ ମିତାରାଣୀ କହିଛନ୍ତି, ‘ଡ୍ରେସିଂ ରୁମରେ ଥିବା କର୍ମଚାରୀ ମୋତେ ନିଶ୍ଚେତକ ଦେଇ ଡ୍ରେସିଂ କରିଥିଲେ । ମୋର ହୋସ୍ ଆସିଲା ବେଳକୁ ଦେଖିଲି ବାମ ଗୋଡ ବଦଳରେ ମୋର ଡାହାଣ ଗୋଡରେ ଡ୍ରେସିଂ କରିଛନ୍ତି । ମୋ ସ୍ୱାମୀ ଆଉ ମୁଁ ଆପତ୍ତି କରିବାରୁ ପୁଣି ଡାହାଣ ଗୋଡ ଡ୍ରେସିଂ କଲେ । କର୍ମଚାରୀଙ୍କ ଅବହେଳରୁ ମୁଁ ଏବେ ଆଉ ଚାଲିପାରୁ ନାହିଁ । ଏଥିପାଇଁ ଯେଉଁମାନେ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।’
ଓଡିଶାର ଏକ ପଲ୍ଲିରେ ଥିବା ଏହି ଡାକ୍ତରଖାନାରେ ଚିକିତ୍ସାରେ ଏଭଳି ଚରମ ଅବହେଳାକୁ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର ଧରିଛି । ହସ୍ପିଟାଲ କର୍ମଚାରୀଙ୍କ ଖାମ ଖିଆଲି ମନୋଭାବରୁ ସେ ଆଉ ଚାଲିପାରୁ ନାହାନ୍ତି । ଏପରିକି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମେଡିକାଲ ଅଫିସରଙ୍କୁ ଲିଖିତ ଅଭିଯୋଗ ବି କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଆମେ ଆନନ୍ଦପୁର ସିଡିଏମଓ କହିଛନ୍ତି, ମୁଁ ତିନି-ଚାରି ଦିନ ହେଲା ଛୁଟିରେ ଅଛି । କାଲି ତ ମୁଁ ହସ୍ପିଟାଲରେ ନଥିଲି । କିନ୍ତୁ ମୁଁ ଯାହା ଜାଣିଛି, ତାର ପାଦ ଫାଟିଥିଲା । ଇନଫେକସନ୍ ହୋଇ ପୁଜ ହୋଇଯାଇଥିଲା । ଯାହାକୁ ସେମାନେ ଡ୍ରେସିଂ କରିଛନ୍ତି । ତେଣୁ ତାହା ଅପରେସନ୍ ନୁହେଁ । ତାର ଦୁଇଟାଯାକ ଗୋଡ ଇନଫେକସନ୍ ହୋଇଥିଲା । ତାକୁ ଯୋଉଟା ଅଧିକ ପେନ୍ ହେଉଥିବ ସେଇଟା ସେ କହିଛି । କିନ୍ତୁ ଆର ଗୋଡଟା ବି ପୁଜ ଥିଲା । ମୁଁ ତ ଜଏନ କରିନି ଏପର୍ଯ୍ୟନ୍ତ । କିନ୍ତୁ ଯାହା ଶୁଣିଛି । ଆମେ ଯାହା ବି ହେଲେ ଗୋଟିଏ ଗୋଡ ଡ୍ରେସିଂ କଲାବେଳେ, ଯଦି ଆର ଗୋଡରେ ପୁଜ ଅଛି ତାହାହେଲେ ସେଇଟାକୁ ବି ଡ୍ରେସିଂ କରିବା କି ନାହିଁ ବୋଲି କହିଛନ୍ତି ସିଡିଏମଓ ।
ଛୁଟିରେ ଅଛନ୍ତି ଆନନ୍ଦପୁର ସିଡିଏମଓ । ଏବଂ ଛୁଟିରୁ ଫେରିବା ପରେ ପୁରା ଘଟଣାରେ ତଦନ୍ତ କରିବେ ବୋଲି କହିଛନ୍ତି । ହେଲେ ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚିକିତ୍ସା ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ବାବଦରେ ଓଡିଶା ପୋଲିସର ସିଆଇଡି ୨୦୧୨ରେ ଏକ ଗାଇଡଲାଇନ୍ ଜାରି କରିଛି । ଏହି ଗାଇଡଲାଇନ୍ ଅନୁସାରେ ଜଣେ ଡିଏସପି ର୍ୟାଙ୍କର ଅଧିକାରୀ ମାମଲାର ଛାନଭିନ କରି ରିପୋର୍ଟ ଦେବା ପରେ ଦୋଷୀଙ୍କୁ ଗିରଫ କରାଯାଇ ପାରିବ । ଆଉ ଏହି ଘଟଣାରେ ହସ୍ପିଟିଲ କର୍ତୃପକ୍ଷଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି ।