କନକ ବ୍ୟୁରୋ : ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ମୃତ ଶିଶୁ ଯାଜପୁର ଦଶରଥପୁର ଥାନା ମୁଗୁପଦା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ବୋଲି ଜଣାପଡ଼ିଛି । ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଇଞ୍ଜେକ୍ସନ ଦେଇଥିବା ଔଷଧ ଦୋକାନୀ ଫେରାର ହୋଇଯାଇଛି ।

Advertisment

ସୁରେନ୍ଦ୍ରଙ୍କ ପୁଅ ଓମର ଦେହ ଅସୁସ୍ଥ ହେବାରୁ ସେ ମନ୍ଦାରଖଣ୍ଡ ଛକରେ ଥିବା ମିଟୁ ପତିଙ୍କ ଔଷଧ ଦୋକାନକୁ ନେଇଥିଲେ । ଔଷଧ ଦୋକାନୀ ମିଟୁ ପତି ପିଲାଟିକୁ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବା ପରେ ପିଲାଟି ସେହିଠାରେ ହିଁ ଚେତାଶୂନ୍ୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।