ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ୍ ନେଇଗଲା କୁନି ପୁଅ ଶୁଭ୍ରାଂଶୁର ଜୀବନ । ନ୍ୟାୟ ଦାବିରେ ପୋଲିସର ଦ୍ୱାରସ୍ଥ ବାପା, ମା’

444

କନକ ବ୍ୟୁରୋ: ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ଚାଲିଗଲା ୧୨ ବର୍ଷୀୟ ନାବାଳକର ଜୀବନ । ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ । ଭଦ୍ରକ ଚାନ୍ଦବାଲିରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ଲକ୍ଷ୍ମୀନାରାୟଣ କଲୋନୀର ପ୍ରତିମା ଦାଶ ଓ ମଧୁସୁଦନ ଦାଶଙ୍କ ୧୨ ବର୍ଷର ପୁଅ ଶୁଭ୍ରାଂଶୁ ଶେଖରଙ୍କ ମୃତ୍ୟୁ ଘଟିଛି ।

ଶୁଭ୍ରାଂଶୁଙ୍କର ଝାଡ଼ାବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କାର୍ଯ୍ୟରତ ଡାକ୍ତର ଜୟଦେବ ଭଟ୍ଟାଚାର୍ଯ୍ୟ ପ୍ରଥମେ ଶୁଭ୍ରାଂଶୁକୁ ସାଲାଇନ ଲଗାଇବା ସହ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ଶୁଭ୍ରାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ନାବାଳକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।