ବାମ ଆଖି ବଦଳରେ ଡାହାଣ ଆଖିର ଅପରେସନ କଲେ ଡାକ୍ତର । ରୋଗୀ ପଚାରିବାରୁ ‘ଆଇ ଆମ ସରି’ କହି ଚାରିଗଲେ । କ୍ୟାପିଟାଲ ହସ୍ପିଟାଲର ଅଜବ ଅପରେସନ୍

ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ । ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ

1,182

ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ । ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ । କ୍ୟାପିଟାଲ ହସ୍ପିଟାଲର ମୋତିଆବନ୍ଦୁ ଅସ୍ତ୍ରୋପଚାରକୁ ନେଇ ଏଭଳି ଅଭିଯୋଗ ଆସିଛି । ସହିଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସାଂଘାତିକ ତ୍ରୁଟି ସଂପର୍କରେ ବଖାଣିଥିଲେ ହେଁ, ଅଭିଯୋଗ ପାଇଁ ସାହସ ଜୁଟାଇ ପାରୁନାହାନ୍ତି ।

ସହିଦନଗରରେ ରହୁଥିବା ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ ହୋଇଥିବା ବେଳେ ଡାହଣ ଆଖି ପ୍ରାୟ ୫୦ ପ୍ରତିଶତ‌ ମୋତିଆବିନ୍ଦୁ ରହିଥିଲା । ଡାହାଣ ଆଖିରେ ସେ ଭଲରେ ଦେଖିପାରୁଥିଲେ । କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ ବାମ ଆଖି ବଦଳରେ ତାଙ୍କର ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା । ଆଖିରେ ଡ୍ରପ୍ ପକାଇବା ସମୟରେ ସେ ଏ ବିଷୟରେ ଉପସ୍ଥିତ ନର୍ସଙ୍କୁ କହିଥିଲେ । ପରେ ଡାକ୍ତରଙ୍କୁ ଏ ସଂପର୍କରେ ଜଣାଇବେ ପରେ ସେ ‘ଆଇ ଏମ୍‌ ସରି’ କହିଥିବା ବ୍ୟକ୍ତି ଜଣକ କହିଛନ୍ତି । ଡାକ୍ତର କହିଥିଲେ କିଛି ଅସୁବିଧା ନାହିଁ, କିଛିଦିନ ପରେ ବାମ ଆଖି ଅସ୍ତ୍ରୋପଚାର କରିଦେବା । ନିକଟରେ ବ୍ୟକ୍ତି ଜଣକ ଆଖି ଦେଖାଇବା ଲାଗି ଯାଇଥିବା ବେଳେ ତାଙ୍କୁ ୪ ହଜାର ଟଙ୍କା ମଗାଯାଇଥିବା ସେ ଅଭିଯୋଗ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ ।