କାଳ ହେଲା ମାଗଣା ଅସ୍ତ୍ରୋପଚାର । ଅପରେସନ ପରେ ଆଲୁଅ ବଦଳରେ ବୃଦ୍ଧାଙ୍କ ଜୀବନରେ ମାଡି ଆସିଲା ବହଳ ଅନ୍ଧାର । ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କଲେ ୮୦ ବର୍ଷୀୟ ବୃଦ୍ଧା

Advertisment
କାଳ ହେଲା ମାଗଣା ଅସ୍ତ୍ରୋପଚାର । ଅପରେସନ ପରେ ଆଲୁଅ ବଦଳରେ ବୃଦ୍ଧାଙ୍କ ଜୀବନରେ ମାଡି ଆସିଲା ବହଳ ଅନ୍ଧାର । ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କଲେ ୮୦ ବର୍ଷୀୟ ବୃଦ୍ଧା

କନକ ବ୍ୟୁରୋ: ବାବୁ! ସେମାନେ ମୋ ଆଖିରେ ଜ୍ୟୋତି ଭରି ଦେବେ କହି ଗାଧୁଆ ତୁଠରୁ ଫେରିବା ବାଟରୁ ନେଇ ଗଲେ, ହେଲେ ମୋ ଶେଷ ଜୀବନକୁ ଅନ୍ଧାର କରିଦେଲ । ମୋ ଆଖିରେ ଜ୍ୟୋତି ଫେରାଇ ଦେବା ଆଳରେ ମୋ ଆଖି ତାଡ଼ି ନେଲେ । ଆଉ ଏବେ ଜ୍ୟୋତିହୀନ ଆଖିକୁ ନେଇ ଶେଷ ଜୀବନ ବଂଚିବି କେମିତି । ଢେଙ୍କାନାଳର ଜିଲ୍ଲାପାଳଙ୍କୁ ଏମତି କିଛି ଗୁହାରୀ କରିଛନ୍ତି କାମାକ୍ଷାନଗର ବଡବିଲା ସାହିର ୮୦ ବର୍ଷୀୟ ବୃଦ୍ଧା ଧଳା ପାତ୍ର ।

publive-image

କିଛି ଲୋକ ବଡବିଲା ସାହିର ଧଳା ପାତ୍ରଙ୍କୁ ନେଇ ଢେଙ୍କାନାଳର ଏକ ବେସରକାରୀ ଚକ୍ଷୁ ଚିକିତ୍ସାଳୟରେ ମାଗଣାରେ ଗତ ୭ତାରିଖରେ ଆଖି ଅପରେସନ କରାଇଥିଲେ । ହେଲେ ପରବର୍ତୀ ସମୟରେ ତାଙ୍କର ସଠିକ୍ ଚିକିତ୍ସା ନକରାଇବାରୁ ତାଙ୍କର ଡାହାଣ ଆଖିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପରେ କଟକରେ ତାଙ୍କର ସେହି ଆଖିଟିକୁ କାଢି ଦିଆଯାଇଛି । ଗୋଟିଏ ଆଖିକୁ ଦିନବେଳା ଝାପସା ଝାପସା ଦେଖାଯାଉଛି । ତେଣୁ ଏନେଇ ବୃଦ୍ଧା ଜଣଙ୍କ ଜିଲ୍ଲାପାଳଙ୍କୁ ଏବେ ପୁରା ଅନ୍ଧାର ହୋଇଯାଇଛି । ପରେ କଟକର ଏକ ମେଡିକାଲରେ କାଢି ଦିଆଗଲା ତାଙ୍କୁ ବର୍ତମାନ ବୟସ ଅଧିକ ହୋଇଥିବା ବେଳେ ଆଖି ଗଲା କିପରି ଚଳିବେ ଆଉ ପୁଣି ସେବାରକରି ମେଡିକାଲ ତରଫରୁ ମିଳୁଛି ଧମକ କାହିଁକି ତାଙ୍କ ବିରୋଧରେ କହୁଛୁ ।

publive-image

ଗରିବ ଲୋକ ଏବେ କଣ କରିବେ ଯେତିକି ଦେଖା ଯାଉଥିଲା ସେତକ ଗଲା ଏବେ ଚିନ୍ତାରେ ଅଛନ୍ତି କିପରି ଦେଖିବେ କାରଣ ବୟସ ହୋଇଥିଲେ ମଧ୍ୟ ସେମାନେ ନିଜେ ନିଜ ଉପରେ ସକ୍ଷମ ଥିଲେ ଏବେ ଆଉ କାହା ଉପରେ ନିର୍ଭର କରିବେ ।ଗରିବ ଲୋକଙ୍କୁ ତୁରନ୍ତ ଅଧିକ ଚିକିତ୍ସା କରିବାକୁ ଦାବି ହୋଇଥିଲା । ସ୍ୱେଚ୍ଛାସେବୀମାନେ ଗରିବ ଲୋକଙ୍କ ସହିତ ଏମିତି କରିବାକୁ ସାଧାରଣରେ ବିରୋଧ କରାଯାଇଛି ।

publive-image

କୌଣସି ଉପାୟ ନପାଇ କାମାକ୍ଷାନଗର ବ୍ଲକରେ ହେଉଥିବା ଜିଲ୍ଲାପାଳ ଭୁମେଷ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଶୁଣାଣିରେ ଆସି ଅଭିଯୋଗ କରିବ ପରେ ଜିଲ୍ଲାପାଳ କିଛି ଆର୍ଥିକ ସାହାଯ୍ୟ କରିବା ସାଙ୍ଗକୁ ଲୋକଙ୍କୁ ସଚେତନ ହେବାକୁ କହିବ ସାଙ୍ଗକୁ ଆଗକୁ ଦରକାର ହେଲେ ଅଧିକ ଚିକିତ୍ସା କରାଯିବାକୁ କହିଥିଲେ । ତେଣୁ ଜଣେ ଦେଖୁଥିବା ଲୋକକୁ ଅପରେସନ କରି ଆଖିକୁ ସମ୍ପୂର୍ଣ ଭାବେ ଫୁଟେଇଦେଇଥିବା ବେସରକାରୀ ଚିକିତ୍ସାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe