ବହିରେ ରହିବେ ବଦନାମ ରମେଶ: ଲେଖାହେବ ୧୮ ମହିଳାଙ୍କ ସ୍ୱାମୀର ସତ

209

କନକ ବ୍ୟୁରୋ: ମିଛ ବିବାହର ରେକର୍ଡ କରି ସାରା ଦେଶରେ ଚହଲ ପକାଇଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଉପରେ ବହି ଲେଖିବେ ମହିଳା ଲେଖିକା । ପ୍ରତି କଥାରେ ମିଛ କହି କହି ନିଜ ପତ୍ନୀଙ୍କୁ ଅନ୍ଧାରରେ ରଖି କିଭଳି ଏହି ଠକ ରାଜ୍ୟ ରାଜ୍ୟ ବୁଲି ବିବାହ ନାଁରେ ଲୁଟ କରୁଥିଲା , ଏହି କାହାଣୀ ଟିଭି ପରଦାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଉ ଏବେ ଏହି ଧ୍ରୁତ ଠକର କାହାଣୀ ବହିରେ ଲେଖାହେବାକୁ ଯାଉଛି । ବାବୁଙ୍କ କାଣ୍ଡକାରନାମାର ପ୍ରତିଟି ଘଟଣା କ୍ରମକୁ ଗୋଟି ଗୋଟି କରି ବହିରେ ଲେଖିବେ ଲେଖିକାମାନେ ।

ମିଛ କହି ଡାକ୍ତର ବନି ଜଣେ ବ୍ୟକ୍ତି ଏତେ ବଡ ଠକ ହୋଇପାରେ ତାହା ଏହି ଲେଖିକାଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଛ କହି ଲୁଟ ଉଦ୍ଦେଶ୍ୟରେ ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ରମେଶ ଏକ ବିରଳ ଠକ ବୋଲି ଏବେ ସମସ୍ତେ ବିବେଚନା କରୁଛନ୍ତି । ଲେଖିକା ଗୀତାଞ୍ଜଳି ପଣ୍ଡା, ସୁଜାତା ନନ୍ଦ, ରେଣୁକା ମିଶ୍ର ଓ ସୁଷମା ଲେଙ୍କା ଝାଡପଡା ଜେଲରେ ପହଂଚି ରମେଶଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିଛନ୍ତି ।