ଚାଇନିଜ୍ ଓ ଋଷୀୟ ଭାଷାରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ କାହାଣୀ । ଦେଶର ୧୦ ଜଣ ଲେଖକଙ୍କ କୃତି ମଧ୍ୟରେ ସ୍ଥାନ ପାଇଲା ମନୋଜ ଦାସଙ୍କ କାଳଜୟୀ କୃତି ।
କନକ ବ୍ୟୁରୋ: ଋଷ ଓ ଚୀନରେ ମନୋଜ ଦାସଙ୍କ କାହାଣୀ । ରୁଷୀୟ, ଚାଇନିଜ ଓ ଇଂରାଜୀ ଭାଷାରେ ଅନୁବାଦ ହୋଇଛି ବରିଷ୍ଠ ଲେଖକ ମନୋଜ ଦାସଙ୍କ କଥା ଓ କାହାଣୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜୁନରେ ଏସ୍ସିଓ ସମିଟ୍ରେ ୧୦ ଜଣ ଭାରତୀୟ ସାହିତ୍ୟକଙ୍କର ଭାରତୀୟ ଭାଷାର ଶ୍ରେଷ୍ଠ ସାହିତ୍ୟ କୃତିକୁ ଏସ୍ସିଓ ଭାଷାରେ ଅନୁବାଦ କରିବାକୁ କହିଥିଲେ । ଏସସିଓ ସମିଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ମୁତାବକ ଅନୁବାଦ ହେଇଛି ୧୦ ଶ୍ରେଷ୍ଠ ସାହିତ୍ୟକୃତି । ଏସସିଓ ଭାଷାରେ ଅନୁବାଦ ହୋଇଥିବା ପୁସ୍ତିକା ଭିତରେ ଏଥିରେ ଓଡିଆ ପୁସ୍ତିକା ଭାବେ ସାନିତ ହୋଇଛି ମନୋଜ ଦାସଙ୍କ ପୁସ୍ତକ କଥା ଓ କାହାଣୀ । ପୁସ୍ତକ କୁ ଚାଇନିଜ ଭାଷା ରେ ଅନୁବାଦ କରିଛନ୍ତି ୟୁ ବେଇବେଲ ଓ ରୁଷୀୟ ଭାଷା ରେ ଚରଣଜୀତ୍ ସିଂ ଅନୁବାଦ କରିଛନ୍ତି ।
Comments are closed.