ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କଲେ ଲୋକପ୍ରିୟ ଲେଖକ ଚେତନ ଭଗତ ! ହେଲେ କାହିଁକି ?

ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କଲେ ଲୋକପ୍ରିୟ ଲେଖକ ଚେତନ ଭଗତ ! ହେଲେ କାହିଁକି ?

ଜଣାଶୁଣା ଭାରତୀୟ ଲେଖକ ଚେତନ୍ ଭଗତଙ୍କ ଏକ କାରନାମାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଜନୈକା ମହିଳାଙ୍କ ସହ ଲେଖକ ଚେତନ ଭଗତ ସୋସିଆଲ ମିଡିଆରେ ଅଶାଳୀନ ଚାଟିଂ କରିବା ସହିତ ନିର୍ଯ୍ୟାତନା ଦେବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ଲେଖକ ଚେତନ ଭଗତ ଗତ କିଛି ମାସ ଧରି ଜନୈକା ମହିଳାଙ୍କ ସହ ସୋସିଆଲ ମିଡିଆରେ ଚାଟିଂ ଜରିଆରେ ତାଙ୍କ ସହ ଅଶାଳୀନ ଚାଟିଂ କରିବା ଆରମ୍ଭ କରିଥିଲେ। ତେବେ, ଚେତନଙ୍କ ଚାଟିଂ ଯେତେବେଳେ ସବୁ ସୀମା ସରହଦ ଟପି ନିର୍ଯ୍ୟାତନା ଆଡ଼କୁ ଗତି କଲା ସେତେବେଳେ ପୀଡ଼ିତା ମହିଳା ଜଣକ ଚେତନ କରିଥିବା ଚାଟିଂର ସ୍କ୍ରିନ୍ସର୍ଟ ନେଇ ତାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ପରେ ଏହା ଭାଇରାଲ ହୋଇଯିବା ସହ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଥିଲା।

publive-image

ଏହି ଘଟଣା ପରେ ଚେତନ ଶନିବାର ତାଙ୍କ ଫେସ୍ବୁକ୍ ପେଜରେ ଏକ ଦୀର୍ଘ ପୋଷ୍ଟିଂ ଲେଖି ନିଜ ଦୋଷ ସ୍ୱୀକାର କରିବା ସହ ତାଙ୍କର ଏହି କାର୍ଯ୍ୟ ପାଇଁ ସଂପୃକ୍ତା ମହିଳାଙ୍କୁ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ଏଥିସହ ନିଜର ଏହି ଅପକର୍ମ ପାଇଁ ସେ ତାଙ୍କ ପତ୍ନୀ ଅନୁଶାଙ୍କୁ ମଧ୍ୟ କ୍ଷମା ମାଗିବା ସହ ନିଜର ଏହି କାର୍ଯ୍ୟ ପାଇଁ ଦୁଃଖିତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe