ଆଇପିଏଲରେ ପଶିଲା କରୋନା ।  ରିଦ୍ଧିମାନ ଶାହା ଓ ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ 

251

କନକ ବ୍ୟୁରୋ: ଆଇପିଏଲରେ ପଶିଲା କରୋନା ସଂକ୍ରମଣ । ଗୋଟିଏ ପରେ ଗୋଟିଏ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ଶେଷରେ ବାତିଲ ହୋଇଛି ଆଇପିଏଲ । ଆଜି ସନରାଇର୍ଜସ ହାଇଦ୍ରାବାଦର ରଦ୍ଧିମାନ ଶାହା ଓ ଦିଲ୍ଲୀର ସ୍ପିନର ଅମିତ ମିଶ୍ରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆଇପିଏଲ ବାତିଲ ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଗତକାଲି କୋଲକାତା ନାଇଟ ରାଇଡରର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦିପ ୍ୱାରିୟର ପଜିଟିଭ ଚିହ୍ନଟ ହୋଇଥିଲେ । ତେଣୁ କାଲିର ମ୍ୟାଚ ବାତିଲ ହୋଇଥିଲା । ଏହାପରେ ଚେନ୍ନଇ ସୁପର କିଙ୍ଗସର ବୋଲିଂ କୋଚ ଓ ସିଇଓ କରୋନା ପଜିଟିଭ ବାହାରିଥିଲେ । ସେହିପରି ଆଜି ଦିଲ୍ଲୀ ଓ ହାଇଦ୍ରାବାଦର ଦୁଇଜଣ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ ।