କନକ ବ୍ୟୁରୋ: ଭାରତୀୟ କୁସ୍ତି ମହାସଂଘ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କୁସ୍ତି ମହାସଂଘର ନୂଆ କାର୍ଯ୍ୟକାରିଣୀକୁ ରଦ୍ଦ କରିଛି କ୍ରୀଡା ମନ୍ତ୍ରାଳୟ । ନବନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ ହେବା ସହ ସଂଘର ସମସ୍ତ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତିି ଉପରେ ରୋକ ଲଗାଇଛି କ୍ରୀଡା ମନ୍ତ୍ରାଳୟ ।

Advertisment

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ଏପରିକି କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ଏହାସହ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବା ଘୋଷଣା କରି ପ୍ରଧାନମନ୍ତ୍ରୀ ଆବାସ ସମ୍ମୁଖର ପଦ୍ମଶ୍ରୀ ରଖି ଏକ ଚିଠି ମଧ୍ୟ ଲେଖିଥିଲେ । ଏବେ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କରିବା ସହ ସଂଘର ସମସ୍ତ ନିଷ୍ପତି ଉପରେ ରୋକ ଲଗାଇ ଦିଆଯାଇଛି । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ପ୍ରକାର ଗତିବିଧି ଉପରେ ରୋକ୍ ଲାଗିଛି । ଏବଂ ସଂଜୟ ସିଂଙ୍କ ଦ୍ୱାରା ନିଅଯାଇଥିବା ସମସ୍ତ ନିଷ୍ପତି ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଛି । ଭାରତୀୟ କୁସ୍ତି ମହାସଂଘକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶରେ ଲେଖାଯାଇଛି, ଲାଗୁଛି ଯେମିତି ସବୁ ନିଷ୍ପତି ପୁରୁଣା ପଦାଧିକାରୀ ହିଁ ନେଉଛନ୍ତି । ଏବଂ ନିଅଯାଇଥିବା ସବୁ ନିଷ୍ପତି ନିୟମ ବିରୋଧରେ ରହିଛି । ଏହି ସବୁ ନିଷ୍ପତିରେ ନୂଆ ଅଧ୍ୟକ୍ଷଙ୍କ ମନମାନୀ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।