କନକ ବ୍ୟୁରୋ: ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ କରିବାକୁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ । ଗତକାଲି ଭାରତୀୟ କୁସ୍ତି ମହାସଂଘ ନୂଆ କାର୍ଯ୍ୟକାରିଣୀକୁ ରଦ୍ଦ କରିଥିଲା କ୍ରୀଡା ମନ୍ତ୍ରାଳୟ । ନବନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ ହେବା ସହ ସଂଘର ସମସ୍ତ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତିଉପରେ ରୋକ ଲଗାଇଛି କ୍ରୀଡା ମନ୍ତ୍ରାଳୟ ।

Advertisment

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ତଥା ପୁର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ଏପରିକି କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ଏହାସହ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ । ସ୍ଥିତି ବିଗୁଡୁଥିବାରୁ କୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।