ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତର ଭଲ ଆରମ୍ଭ  : ଦମ ଦେଖାଇଲେ ଭାରତର କୁସ୍ତି ଯୋଦ୍ଧା

139

କନକ ବ୍ୟୁରୋ : ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତର ଭଲ ଆରମ୍ଭ  । ଦମ ଦେଖାଇଲେ ଭାରତର କୁସ୍ତି ଯୋଦ୍ଧା  । ଦୀପକ ପୁନିଆ ଓ ରବି କୁମାର ଦହିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୮୬ କିଲୋ ଇଭେଂଟରେ ଦୀପକ ପୁନିଆ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି  । କ୍ୱାର୍ଟର ଫାଇନାଲରେ ହୋଇଥିବା କଡା ଟକ୍କରରେ ଚୀନ୍ ପ୍ରତିଦ୍ୱନ୍ଦୀଙ୍କୁ ୬-୩ରେ ହରାଇଥିଲେ  । ଆଜି ସେମିଫାଇନାଲ ମୁକାବିଲା ଖେଳାଯିବ  । ୟୁଏସ୍ ପ୍ରତିଦ୍ୱନ୍ଦୀଙ୍କ ସହ ଦୀପକଙ୍କ ମୁକାବିଲା ହେବ  ।

ସେହିପରି ୫୭ କଲୋ ଇଭେଂଟରେ ରବି କୁମାର ଦହିଆ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି  । କ୍ୱାର୍ଟର ଫାଇନାଲରେ ବୁଲଗେରିଆ ଖେଳାଳିଙ୍କୁ ୧୪-୪ରେ ହରାଇଥିଲେ  । ରବି କୁମାର ଦହିଆଙ୍କ ସେମିଫାଇନାଲ ମ୍ୟାଚ୍ ଆଜି କାଜାକିସ୍ତାନ ଖେଳାଳିଙ୍କ ସହ ହେବ  ।