କନକ ବ୍ୟୁରୋ : ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତର ଭଲ ଆରମ୍ଭ । ଦମ ଦେଖାଇଲେ ଭାରତର କୁସ୍ତି ଯୋଦ୍ଧା । ଦୀପକ ପୁନିଆ ଓ ରବି କୁମାର ଦହିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୮୬ କିଲୋ ଇଭେଂଟରେ ଦୀପକ ପୁନିଆ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । କ୍ୱାର୍ଟର ଫାଇନାଲରେ ହୋଇଥିବା କଡା ଟକ୍କରରେ ଚୀନ୍ ପ୍ରତିଦ୍ୱନ୍ଦୀଙ୍କୁ ୬-୩ରେ ହରାଇଥିଲେ । ଆଜି ସେମିଫାଇନାଲ ମୁକାବିଲା ଖେଳାଯିବ । ୟୁଏସ୍ ପ୍ରତିଦ୍ୱନ୍ଦୀଙ୍କ ସହ ଦୀପକଙ୍କ ମୁକାବିଲା ହେବ ।
ସେହିପରି ୫୭ କଲୋ ଇଭେଂଟରେ ରବି କୁମାର ଦହିଆ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ବୁଲଗେରିଆ ଖେଳାଳିଙ୍କୁ ୧୪-୪ରେ ହରାଇଥିଲେ । ରବି କୁମାର ଦହିଆଙ୍କ ସେମିଫାଇନାଲ ମ୍ୟାଚ୍ ଆଜି କାଜାକିସ୍ତାନ ଖେଳାଳିଙ୍କ ସହ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/JAPAN-OLYMPICS-REUTERS-1200.jpeg)