କୁସ୍ତି ଯୋଦ୍ଧା ବନାମ ବ୍ରିଜଭୂଷଣ ଶରଣ ସିଂହ। ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି କୁସ୍ତି ଯୋଦ୍ଧା 

କୁସ୍ତି ଯୋଦ୍ଧା ବନାମ ବ୍ରିଜଭୂଷଣ ଶରଣ ସିଂହ। ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି କୁସ୍ତି ଯୋଦ୍ଧା 

କନକ ବ୍ୟୁରୋ: ମହିଳା କୁସ୍ତି ଯୋଦ୍ଧାଙ୍କ ସହ କଥିତ ଯୌନଶୋଷଣ ମାମଲାରେ ଅଭିଯୁକ୍ତ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ ପାଇଁ ଜାରିରହିଛି ଆନ୍ଦୋଳନ । ଦିଲ୍ଲୀର ଜନ୍ତରମନ୍ତରରେ ଭାରତର ଶୀର୍ଷ କୁସ୍ତି ଯୋଦ୍ଧାମାନେ ଏକ ମାସ ଧରି ଆନ୍ଦୋଳନ ଜାରିରଖିଛନ୍ତି । ଏହା ପରେ ସେମାନେ ଆଗାମୀ ପଦକ୍ଷେପ ନେଇ ମଧ୍ୟ ଆଲୋଚନା ଜାରିରଖିଛନ୍ତି ।

ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଏସୀୟ ପଦକ ବିଜେତା ଭିନେଶ ଫୋଗଟଙ୍କ ନେତୃତ୍ୱରେ କୁସ୍ତି ଯୋଦ୍ଧାମାନେ ଧାରଣା ଜାରିରଖିଛନ୍ତି । ସେମାନେ ବ୍ରିଜଭୂଷଣଙ୍କୁ ୧୫ ଦିନ ଭିତରେ ଗିରଫ ନେଇ ଦେଇଥିବା ସମୟ ସୀମା ରବିବାର ଶେଷ ହୋଇଛି । ଏହା ପରେ ସେମାନେ ବଡ ଘୋଷଣା କରିବା ନେଇ ଶୁଣିବାକୁ ମିଳିଛି ।

ତେବେ ଏସବୁ ଭିତରେ ହରିଆଣା ରୋହତକରେ କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ସାମ୍ନାକୁ ଆସିଛି ଖାଫ୍ ପଞ୍ଚାୟତ । ଏହି ପଞ୍ଚାୟତ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ନେଇ ଚାପ ସୃଷ୍ଟି କରିଛି । ପଞ୍ଚାୟତ ବେଳେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ସେଠାରେ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ଧାରଣା ପ୍ରଦର୍ଶନ କରୁଥିବା କୁସ୍ତି ଖେଳାଳି ଶନିବାର ଚେତାବନୀ ଦେଇଥିଲେ ଯେ, ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ସରକାରଙ୍କ ନିଷ୍କ୍ରିୟତା କାରଣରୁ ଖାପ ପଞ୍ଚାୟତ ଏଭଳି ନିଷ୍ପତ୍ତି ନିଆଯିବ ଯାହା ଦେଶ ହିତରେ ନୁହେଁ । ଭିନେଶ ଫୋଗଟ କହିଛନ୍ତି, ଖାପ ପଞ୍ଚାୟତର ଫଇସଲା ଦେଶର କୃଷକ ଆନ୍ଦୋଳନ ଭଳି ଅସୁବିଧା ସୃଷ୍ଟି କରିପାରେ ।  ସେତେବେଳେ ସେହି ଆନ୍ଦୋଳନ ୧୩ ମାସ ଧରି ଜାରିରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe