କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତର ମନ୍ତରରେ ଚାଷୀ ନେତା ରାକେଶ ଟିକାୟତ

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତର ମନ୍ତରରେ ଚାଷୀ ନେତା ରାକେଶ ଟିକାୟତ

କନକ ବ୍ୟୁରୋ: ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି । ଦ୍ବିତୀୟ ପର୍ଯ୍ୟାୟର ଏହି ଆନ୍ଦୋଳନକୁ ରବିବାର ଦୁଇ ସପ୍ତାହ ପୂରିଛି । ଏପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିନାହିଁ । କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ସଙ୍ଗୀନ ଆରୋପ ଆଣିବା ପରେ ପ୍ରଥମେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

ଆଜି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତର ମନ୍ତରରେ ପହଞ୍ଚିଛନ୍ତି ଚାଷୀ ନେତା ରାକେଶ ଟିକାୟତ। କୃଷକ ସଂଗଠନ ଏବଂ ଖାପ ପଞ୍ଚାୟତ ଖୋଲାଖୋଲି ଭାବରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବାକୁ ଯନ୍ତର ମନ୍ତରରେ ପହଞ୍ଚି ସାରିଛନ୍ତି। କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ସହ ମୋଦୀ ସରକାରଙ୍କ ଟାର୍ଗେଟ କରିଛନ୍ତି ରାକେଶ ଟିକାୟତ। ସେ କହିଛନ୍ତି ଯେ, ” ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ କାହିଁକି ସମାଲୋଚନା କରାଯାଉ ନାହିଁ? ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରାଯିବା ଉଚିତ କି? ଅତୀତରେ‌ ଯୌନ ଉତ୍ପୀଡନ ଅଭିଯୋଗ ଲାଗିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ଗିରଫ କରି ନାହିଁ କି? ଯଦି ନୁହେଁ, ତେବେ ବ୍ରିଜଭୂଷଣଙ୍କୁ ଗିରଫ କର ନାହିଁ। ଯଦି ହଁ, ତେବେ ତାଙ୍କୁ ଗିରଫ କରାଯାଉ। ଦେଶର ସମ୍ମାନ ବଢ଼ାଇଥିବା ପିଲାମାନଙ୍କୁ ଆଜି ଏଭଳି ପରିସ୍ଥିତି ଦେଇ ଯିବାକୁ ପଡ଼ୁଛି। ଏହା ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe