ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବିଜେପି ସାଂସଦ, ଜାଣନ୍ତୁ କଣ କହିଲେ ପ୍ରୀତମ ମୁଣ୍ଡେ

Advertisment
ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବିଜେପି ସାଂସଦ, ଜାଣନ୍ତୁ କଣ କହିଲେ ପ୍ରୀତମ ମୁଣ୍ଡେ

କନକ ବ୍ୟୁରୋ : ଯୌନ ଉତ୍ପୀଡନ ଅଭିଯୋଗ ନେଇ କୁସ୍ତି ମହାସଂଘର ସଂପାଦକ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କିଛି କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି । ସେମାନେ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏସବୁ ଭିତରେ ବିଜେପି ସାଂସଦ ପ୍ରୀତମ ମୁଣ୍ଡେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବୟାନ ଦେଇଛନ୍ତି । ସେ କହିଛନ୍ତି କି କେବଳ ମହିଳା କୁସ୍ତିଯୋଦ୍ଧା ନୁହେଁ କେହି ବି ମହିଳା ଯଦି ଅଭିଯୋଗ କରୁଛନ୍ତି ତେବେ ତୁରନ୍ତ ତା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ମୁଣ୍ଡେ ବୁଧବାର ଦିନ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଗଣମାଧ୍ୟମକୁ କହିଛନ୍ତି କି ପ୍ରଥମେ ତଦନ୍ତ କରି ତା ପରେ ଅଧିକାରୀମାନେ ସ୍ଥିର କରିପାରିବେ ଅଭିଯୋଗର ସତ୍ୟତା ରହିଛି କି ନାହିଁ ।

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ପ୍ରୀତମ ମୁଣ୍ଡେ କହିଛନ୍ତି କି, ଜଣେ ସାଂସଦ ଭାବେ ନୁହେଁ ବରଂ ଜଣେ ମହିଳା ଭାବେ କହିବାକୁ ଚାହୁଁଛି ଯଦି କୌଣସି ମହିଳାଙ୍କ ତରଫରୁ ଏଭଳି ଅଭିଯୋଗ ଆସେ ତେବେ ତୁରନ୍ତ ଏହା ଉପରେ ତଦନ୍ତ କରାଯାଉ ନଚେତ ଲୋକତନ୍ତ୍ରରେ ଏହାକୁ ସ୍ୱାଗତ କରାଯାଇ ପାରିବ ନାହିଁ ।

ମୁଣ୍ଡେ କହିଛନ୍ତି କି ଏହି ମାମଲା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଯଦି ମୁଁ ଏହି ମାମଲାର ତଦନ୍ତ କମିଟି ଦାବି କରିବି ତେବେ ଏହା ଚର୍ଚ୍ଚା ସାଉଣ୍ଟିବା ପାଇଁ କରିଛି ବୋଲି ଚର୍ଚ୍ଚା ହେବ ।

ସେପଟେ ସଂପୃକ୍ତ ମାମଲାରେ ଦିଲ୍ଲୀ ପୋଲିସ କହିଛି କି, କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଏବେ ବିଚାରଧୀନ ରହିଛି । ଅଦାଲତରେ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଉଛି । କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ପୂର୍ବରୁ କିଛି କହିବା ତଦନ୍ତ ପ୍ରକ୍ରିୟା ଉପରେ ବାଧା ପହଂଚାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe