କୁସ୍ତି ଖେଳାଳିଙ୍କ ପ୍ରେସମିଟ୍ : ସମସ୍ତ ପଦରୁ ବ୍ରିଜଭୂଷଣଙ୍କୁ ହଟାଯାଉ

111

କନକ ବ୍ୟୁରୋ: ରେସଲିଂ ଫେଡରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏଫଆଇଆର କରିବାକୁ ପ୍ରସ୍ତୁତ ହେଉଛି । ଦିଲ୍ଲୀ ପୋଲିସ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ଖେଳାଳିଙ୍କ ଅଭିଯୋଗ ଉପରେ ବ୍ରିଜଭୂଷଣ ବିରୋଧରେ ମାମଲା ରୁଜୁ କରାଯିବ । ଖେଳାଳିମାନେ ପ୍ରେସମିଟ କରି ବ୍ରିଜଭୂଷଣଙ୍କୁ ଗିରଫ କରିବା ପାଇଁ ପୁଣି ଦାବି ଦୋହରାଇଛନ୍ତି । ଖେଳାଳିଙ୍କ କହିବା କଥା ଯେ ଏଫଆଇଆର କରିବା ପାଇଁ ୬ ଦିନର ସମୟ ଲାଗିଯାଇଛି । ତେଣୁ ଦିଲ୍ଲୀ ପୋଲିସ ଉପରେ ଭରସା କିମ୍ବା ବିଶ୍ୱାସ ନାହିଁ ।

୭ ଜଣ ମହିଳା ଖେଳାଳି କୋର୍ଟରେ ଏଫଆଇଆର ଦାଖଲ କରିବା ପାଇଁ ଆଦେଶ ଜାରି କରିବା ପାଇଁ ଆବେଦନ କରିଥିଲେ । କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, ଯଦି ଫେଡରେସନର ଅଧ୍ୟକ୍ଷ ଖେଳାଳିଙ୍କ ଶୋଷଣ କରିବେ ତେବେ ଆମେ କାହା ପାଖରେ ଅଭିଯୋଗ କରିବୁ । ଆମେ କେଉଁଠାକୁ ଯିବୁ । ସମସ୍ତ ଖେଳାଳି ବ୍ରିଜଭୂଷଣଙ୍କୁ ସମସ୍ତ ପଦରୁ ହଟାଇବାକୁ ଦାବି କରିଛନ୍ତି ।