କନକ ବ୍ୟୁରୋ: ସାକ୍ଷୀ ମଲ୍ଲିକ, ଭିନେଓ ଫୋଗଟ, ବଜରଙ୍ଗ ପୁନିଆଙ୍କ ଭଳି ପ୍ରମୁଖ କୁସ୍ତିଯୋଦ୍ଧା ଚାକିିରରେ ଯୋଗଦେବା ପରେ ବି ଥମୁନି କୁସ୍ତିଯୋଦ୍ଧଙ୍କ ଆନ୍ଦୋଳନ । କିଡ୍ରାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବୈଠକ ପରେ ୫ ଦାବି ରଖିଛନ୍ତି କୁସ୍ତିଯୋଦ୍ଧା ।

Advertisment

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ୫ ଘଣ୍ଟାର ଆଲୋଚନା ପରେ ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । ଭାରତୀୟ କୃସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କ ଗିରଫ ଓ ଅନ୍ୟାନ୍ୟ ଦାବି ରଖିଛନ୍ତି । ଜୁନ୍ ୧୫ ତାରିଖ ସୁଦ୍ଧା ବ୍ରିଜଭୂଷଣ ସିଂହଙ୍କ ବିରୋଧର ତଦନ୍ତ ଶେଷ ହେବ ବୋଲି କ୍ରୀଡା ମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ବ୍ରିଜଭୂଷଣ ଗିରଫ ହେବା ନେଇ ମନ୍ତ୍ରୀ କୌଣସି ସୂଚନା ଦେଇନାହାଁନ୍ତି । ଡବ୍ଲ୍ୟୁଏଫଆଇରେ ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ, ବ୍ରିଜ୍ଭୂଷଣ ଅବା ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲ୍ୟୁଏଫଆଇରେ ରହିପାରିବେ ନାହିଁ, କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ ଦାବି କରିଛନ୍ତି କୁସ୍ତିଯୋଦ୍ଧା ।