କନକ ବ୍ୟୁରୋ: ଚଳିତ ବର୍ଷ ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ଯାଏ ଏସିଆନ ଗେମ୍ସ ଖେଳାଯିବ । କୁସ୍ତି ଖେଳାଳୀ ସାକ୍ଷୀ ମଲ୍ଲିକ ଏହି ଖେଳ ପୂର୍ବରୁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘ ସଭାପତିକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ନହେବା ଯାଏ ସେ ଏହି ପ୍ରତିଯୋଗିତାରେ ସାମିଲ ହେବେ ନାହିଁ । ସାଂସଦ ବ୍ରିଜଭୂଷଣ ସରଣ ସିଂହଙ୍କୁ ନେଇ ଲଗାତର ଭାବେ କୁସ୍ତି ଖେଳାଳୀ ଜନ୍ତରମନ୍ତରରେ ଧାରଣା ଦେଇଆସୁଥିଲେ । ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ସାକ୍ଷୀ ଏହି ବଡ ବୟାନ ରଖିଛନ୍ତି ।
କୁସ୍ତି ଖେଳାଳୀ ଦାବି କରୁଛନ୍ତି ଯେ ପକ୍ସୋ ଆକ୍ଟରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରାଯାଉ । ଏହାରି ଭିତରେ ସାକ୍ଷୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି ଯେ ବିବାଦର ସମାଧାନ ନହେବା ଯାଏ ସେ ଖେଳରେ ଭାଗନେବେ ନାହିଁ । କିଛି ଦିନ ତଳେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ କୁସ୍ତି ଖେଳାଳୀଙ୍କ ସହ ବୈଠକ ହୋଇଥିଲା । ପାଞ୍ଚ ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କ୍ରୀଡାବିତମାନେ ଦାବି ରଖିଥିଲେ ଯେ ବ୍ରିଜଭୂଷଣଙ୍କି ଗିରଫ କରାଯାଉ । ଯେତେବେଳ ଯାଏ ତାଙ୍କୁ ଗିରଫ କରାନଯାଇଛି ସେତେବେଳ ସେମାନେ ଧାରଣା ଜାରିରଖିବେ ।
Follow Us