କନକ ବ୍ୟୁରୋ: କୁସ୍ତିରେ ଭାରତର ସିଲଭର ଓ ଗୋଲ୍ଡ ମେଡାଲର ଆଶା ଶେଷ ହୋଇଛି । ଆଜାରବୈଜାନର ହାଜି ଆଲିୟେଭଙ୍କଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର ବଜରଙ୍ଗ ପୁନିଆ । ଏବେ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ ବଜରଙ୍ଗ । ଏହି ମ୍ୟାଚରେ ବଜରଙ୍ଗ ୫-୧୨ରେ ପରାସ୍ତ ହୋଇଛନ୍ତି ।

Advertisment

କ୍ୱାଟରଫାଇନାଲରେ ବଜରଙ୍ଗ ଇରାନ ପ୍ରତିଦ୍ୱନ୍ଦିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ପ୍ରି-କ୍ବାର୍ଟର୍ସରେ ସେ କାଜାଖସ୍ତାନର ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ । ପ୍ରଥମ ପର୍ୟ୍ୟାୟରେ ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ । କିନ୍ତୁ, ପ୍ରତିଦ୍ବନ୍ଦ୍ବିତାର ଦ୍ବିତୀୟାର୍ଦ୍ଧରେ ଆକମତାଲିଏଭ୍‌ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍‌କୁ ୩-୩କୁ ଆଣିଥିଲେ ।