କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ । ଆଇପିଏଲ୍ ଢାଞ୍ଚାରେ ଚଳିତ ବର୍ଷଠାରୁ ଏହି ଲିଗ୍ ଆୟୋଜିତ ହେବାକୁ ଯାଉଛି । ଯେଉଁଥିରେ କି ୫ଟି ଟିମ୍ ଭାଗ ନେବେ । ତେବେ ମହିଳା ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ ଏଥିରେ ଭାଗ ନେବାକୁ ଥିବା ମହିଳା ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିଜର ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜ୍ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିବା ସହ ଏହି ଜର୍ସି ଅନାବରଣ କରିଛି ।

Advertisment

ଜାଣିରଖିବା ଉଚିତ୍ ଯେ, ମହିଳା ପ୍ରିମିୟର ଲିଗ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କରିଥିବା ଜର୍ସିର ରଙ୍ଗ ନୀଳ ରହିଛି । ଏହାର ଗୋଟିଏ ପଟ ପାଖରେ ଡାର୍କ ଗୋଲ୍ଡେନ ବର୍ଡର ଥିବା ଦେଖିବାକୁ ମିଳୁଥିବାବେଳେ, ଏହି ପୋଷ୍ଟରେ ଆମ ପ୍ରଥମ ଡବ୍ଲୁପିଏଲ୍ ଜର୍ସି ବୋଲି ଲେଖାଯାଇଛି ।

ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଯାହାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଜାଏଣ୍ଟସ୍ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହରମନପ୍ରୀତ କୌର ।  ମହିଳା ପ୍ରିମିୟର ଲିଗରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜାଏଣ୍ଟସ, ୟୁପି ୱାରିୟର୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସର ମହିଳା ଟିମ୍ ଏଥିରେ ଭାଗ ନେବେ ।