୧ ମାର୍ଚ୍ଚରୁ ଆମାଜନର ନୂଆ ସେଲ ଆରମ୍ଭ । ଏସି ଓ ଫ୍ରିଜ ଉପରେ ଗ୍ରାହକଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ମିଳିପାରେ ରିହାତି ।

306

ଅନଲାଇନ ସପିଂ ସାଇଟ ଆମାଜନ ‘wow salary days’ ଅଫର ଘୋଷଣା କରିଛି । ଏହି ଅଫର ମାର୍ଚ୍ଚ ୧ ଠାରୁ ଆରମ୍ଭ ହେଉଛି । ଗ୍ରାହକଙ୍କ ପାଇଁ ମାତ୍ର ୩ ଦିନ ଏହି ଅଫର ଜାରି ରହିବ । ଏହି ମେଗା ସେଲରେ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ଡିସକାଉଣ୍ଟ ଦିଆଯିବ । ଆଗକୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏସି ଓ ଫ୍ରିଜ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଆମାଜନ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇ କୁହାଯାଇଛି ଯେ, ବିଭିନ୍ନ କମ୍ପାନି ଯେପରିକି Samsung, LG, Sony, Fujifilm, Panasonic, Sanyo  ଓ  TCL ଭଳି କମ୍ପାନିର ସାମଗ୍ରୀ ଉପରେ ଅଫର ପାଇପାରିବେ ଗ୍ରାହକ । ତେବେ ଏଥିପାଇଁ ଆମାଜନ ଇଣ୍ଡିଆ ୱେବସାଇଟରେ ସମସ୍ତ ଅଫର ବାବଦରେ ସୂଚନା ପାଇପାରିବେ ଗ୍ରାହକ ।

କେବଳ ଏସି କିମ୍ବା ଫ୍ରିଜ ନୁହେଁ ବରଂ ବିଭିନ୍ନ ଇଲୋକଟ୍ରୋନିକ୍ସ ସାମଗ୍ରୀ ଉପରେ ମଧ୍ୟ ଜବରଦସ୍ତ ଅଫର ପାଇବେ ଗ୍ରାହକ । ବୋଟ, ଜେବିଏଲ ଓ ବୋସ ଭଳି ବ୍ଲୁଟୁଥ୍ ସ୍ପିକର ଉପରେ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ ଗ୍ରାହକ । ସେହିଭଳି ବିଭିନ୍ନ ସାଉଣ୍ଡବାର ଉପରେ ଗ୍ରାହକଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରେ ।