ଟଙ୍କା ରୋଜଗାର ପାଇଁ କ’ଣ ଏତେ ତଳକୁ ଖସିପାରେ ମଣିଷ ! ଟଙ୍କା ପାଇଁ ଜଙ୍ଗଲୀ ପଶୁପକ୍ଷୀଙ୍କୁ ମାରି ଖାଉଥିଲେ ଦମ୍ପତି ।

Advertisment
ଟଙ୍କା ରୋଜଗାର ପାଇଁ କ’ଣ ଏତେ ତଳକୁ ଖସିପାରେ ମଣିଷ ! ଟଙ୍କା ପାଇଁ ଜଙ୍ଗଲୀ ପଶୁପକ୍ଷୀଙ୍କୁ ମାରି ଖାଉଥିଲେ ଦମ୍ପତି ।

image courtesy - जनसत्ता

ଟଙ୍କା ରୋଜଗାର କରିବା ପାଇଁ ଆଜିକାଲି ଇଣ୍ଟରନେଟ୍ ଯେଭଳି ଏକ ଉକୃଷ୍ଟ ମାଧ୍ୟମ ପାଲଟିଛି । ଯେ କେହିବି କିଛି ଭିଡିଓ କରି ସୋସିଆଲ ସାଇଟରେ ଅପଲୋଡ କରି ପଇସା କମାଇବାରେ ଲାଗି ପଡିଛନ୍ତି । କିଛି ଲୋକ ତ ଏତେ ତଳକୁ ଖସି ଯାଆନ୍ତି ଯେ ଏଭଳି ଭିଡିଓ ପାଇଁ ନୀରିହଙ୍କ ଉପରେ ଅତ୍ୟାଚାର କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ । ଏଭଳି ଏକ ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହୋଇଥିଲା । କିନ୍ତୁ ଏହାର ପରିଣତି ଯାହା ହେଲା ତାହା ଜାଣି ଆପଣ ହତବାକ ହେବେ ।
ଭିଡିଓଟି ହେଉଛି କମ୍ବୋଡିଆର । କମ୍ବୋଡିଆର ଏହେ ଲିନ୍ ତୁଚ୍ ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ଅନଲାଇନ୍ ଜରିଆରେ ଟଙ୍କା ରୋଜଗାର କରିବା ପାଇଁ ଜଙ୍ଗଲର ନିରୀହ ପଶୁପକ୍ଷୀଙ୍କୁ ମାରି ସେମାନଙ୍କ ଛାଲ ଉତାରି ସିଝାଇ ଖାଉଥିଲେ ଏବଂ ଏହି ଭିଡିଓକୁ ୟୁଟ୍ୟୁବ୍ ଜରିଆରେ ଅପଲୋଡ୍ କରୁଥିଲେ । ଏହି ଭିଡିଓ ଦେଖି କିଛି ଲୋକ ଏହାର ବିରୋଧ ମଧ୍ୟ କରିଥିଲେ । ଭିଡିଓ ଭାଇରାଲ୍ ହେବାପରେ କମ୍ବୋଡିଆ ପର୍ଯ୍ୟାବରଣ ମନ୍ତ୍ରାଳୟ ପକ୍ଷରୁ ଦମ୍ପତିଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା । ଲୋକଙ୍କ ଆକ୍ରୋଶର ଶିକାର ହେବା ପରେ ଦମ୍ପତି ସୋସିଆଲ୍ ସାଇଟରେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
କିନ୍ତୁ ପର୍ଯ୍ୟାବରଣ ମନ୍ତ୍ରାଳୟ କହିବାନୁସାର ଏହି ଦମ୍ପତି ଦୁର୍ଲଭ ପଶୁପକ୍ଷୀଙ୍କୁ ମାରି ଖାଇଥିବାରୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । ଏବେ ଦୁହିଁଙ୍କୁ କମ୍ବୋଡିଆ ପୋଲିସ୍ ଗିରଫ କରିଛି । ଏହି ଦମ୍ପତି ଅହିରାଜ ସାପ, ଫିସିଙ୍ଗ୍ କ୍ୟାଟ୍, ସାର୍କ ମାଛ, ବିଶାଳକାୟ ଝିଟିପିଟି ଏବଂ ଅନେକ ସରୀସୃପ ଶିକାର କରିବାର ଭିଡିଓ ୟୁଟ୍ୟୁବରେ ଦେଖିବାକୁ ପାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe