ଧୂଳି ଝଡ ପାଇଁ ଚୀନରେ ହାହାକାର, ଧୂସର ଦିଶୁଛି ବେଜିଂ ସହର । ୩୪୧ ଜଣ ନିଖୋଜ, ୪୦୦ ଉଡାଣ ରଦ୍ଦ । 

Advertisment
ଧୂଳି ଝଡ ପାଇଁ ଚୀନରେ ହାହାକାର, ଧୂସର ଦିଶୁଛି ବେଜିଂ ସହର । ୩୪୧ ଜଣ ନିଖୋଜ, ୪୦୦ ଉଡାଣ ରଦ୍ଦ । 

କନକ ବ୍ୟୁରୋ :  ଗତ ୧୦ବର୍ଷ ପରେ ପୁଣି ଥରେ ଚୀନବାସୀ ଦେଖିଛନ୍ତି ଭୟଙ୍କର ଧୂଳି ଝଡ଼। ଚୀନର ବେଜିଂରେ ଏହି ଧୂଳି ଝଡ଼ ହୋଇଥିବା ବେଳେ ସମଗ୍ର ବେଜିଂ ସହର ହଳଦିଆ ଆଲୋକରେ ଆଚ୍ଛାଦିତ ହୋଇଯାଇଛି। ଅନେକ ଅଞ୍ଚଳରେ କିଛି ନଦେଖାଯିବାରୁ ଲୋକେ ଦିନରେ ଗାଡ଼ିର ହେଡଲାଇଟ ଲଗାଇ ଯାତାୟତ କରୁଛନ୍ତି। ତେବେ ଏହି ଧୂଳି ଝଡ଼ ପରେ ବେଜିଂରେ ବାୟୁ ଗୁଣବତ୍ତା ସ୍ତର ୫୦୦ଅତିକ୍ରମ କରିଛି। ଏଭଳି ସ୍ଥିତିକୁ ଡାକ୍ତର ଏବଂ ବୈଜ୍ଞାନିକମାନେ ସବୁଠାରୁ ସାଂଘାତିକ ବୋଲି କହିଛନ୍ତି। ଏହି ଧୂଳି ଝଡ଼ ପାଇଁ ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଥିବା ବେଳେ ୩୪୧ଜଣ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଏବଂ ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଏହି ଝଡ଼ ଆସିଥିବା ଜଣାପଡ଼ିଛି। ଚୀନ ପାଣିପାଗ ବିଭାଗ ସୋମବାର ବେଜିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହି ଧୂଳି ମଙ୍ଗୋଲିଆରୁ ଆରମ୍ଭ ହୋଇ ଗାନସୁ, ଶାନସି ଏବଂ ହେବାଇ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କହିଛି ଚୀନ ପାଣିପାଗ ବିଭାଗ।

ଉତ୍ତର ଚୀନରେ ସାଧାରଣତଃ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଧୂଳି ଝଡ଼ ହୋଇଥାଏ, କାରଣ ନିକଟ ଗୋବି ମରୁଭୂମିରୁ ବସନ୍ତ ପବନ ପାଇଁ ଧୂଳି ଉଡ଼ି ସହରକୁ ଆସିଥାଏ। ଜଙ୍ଗଲ ନଷ୍ଟ ହେବା ଏବଂ ମୃତ୍ତିକା କ୍ଷୟ ମଧ୍ୟ ଧୂଳି ଝଡ଼ର ଆଉ ଏକ କାରଣ ବୋଲି ଚୀନର ପରିବେଶ ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe