ନଈ କୂଳରେ ନେଟୱର୍କ । ନଦୀପାରି ହୋଇ ପଠାରେ ପାଠ ପଢ଼ିଲେ କୁନି କୁନି ପିଲା, ଗଂଜାମ ଭଞ୍ଜନଗରରେ ଅଭାବନୀୟ ଦୃଶ୍ୟ ।

88

କନକ ବ୍ୟୁରୋ: ଲକଡ଼ାଉନ୍ ସମୟରେ ଆମେ ଅନେକ ଗୁଡ଼ିଏ ଅନଲାଇନ୍ ପାଠ ପଢ଼ାର ଚିତ୍ର ଦେଖିଛେ, ହେଲେ ଆଜି ଆମେ ଯେଉଁ ଚିତ୍ର ଦେଖାଇବୁ ତାହା ଦ୍ଖେିଲେ ଆପଣଙ୍କ ଛାତି ଧରିଉଠିବ । କୋମଳ ମତି ପିଲାମାନେ ପାଠ ପଢ଼ିବା ପାଇଁ ନେଟୱର୍କ ଖୋଜି ଖୋଜି ଗଛ ଚଢୁଛନ୍ତି । ପୁଣି କେତେବେଳେ ନଦୀ ଭିତରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା । ଦେଖନ୍ତୁ ଏହି ରିପୋର୍ଟ ।

ଗଂଜାମ ଜିଲ୍ଲା ଭଂଜନଗର ବ୍ଳ୍କର ମହାଗୁଡ଼ା ଗାଁ । ଗାଁରେ ୨୦ରୁ ଅଧିକ ପିଲା ବିଭିନ୍ନ ସ୍କୁଲ ଓ କଲେଜରେ ପାଠ ପଢନ୍ତି । ଆଉ ଏହେଉଛି ବର୍ତମାନ ପିଲାଙ୍କ ପାଠ ପଢାର ଦୃଶ୍ୟ । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନ୍ ପାଠ ପଢା ହେଉଛି । ଆଉ ଗାଁରେ ନେଟୱାର୍କ ଆସୁନଥିବାରୁ ପାଣିରେ ପଶି ନଇକୂଳକୁ ଯାଉଛନ୍ତି କୁନି କୁନି ପିଲା । ନେଟୱାର୍କ୍ ମିଳିଲେ ପଢ଼ିବେ ନଚେତେ ଘରକୁ ଫେରିବେ । ପିଲାମାନେ ନଇକୂଳକୁ ଯାଉଥିବା ବେଳେ ଅଭିଭାବକମାନେ ପାଳି କରି ଯଗିବାକୁ ଯାଉଛନ୍ତି ।

ନେଟୱର୍କ ପାଇଁ ଲୁଚକାଳି  ଖେଳୁଥିବା ବେଳେ ନେଟ୍ ୱାର୍କର୍କୁ ନପାଇ ପିଲାମାନେ ଲାଇନ୍ ପାଠ ପଢ଼ାରୁ ବଂଚିତ ହେଉଛନ୍ତି । ତେଣୁ ଶିକ୍ଷକଙ୍କ ଠାରୁ ୱାଟ୍ସ୍ ଆପ୍ରେ ପ୍ରଶ୍ନ-ଉତର ପାଇ ଖାତାରେ ଲେଖା ତାର ଫଟୋ ଉଠାଇ ପୁଣି ସେହି ହ୍ୱାଟ୍ସଆପରେ ଶିକ୍ଷକଙ୍କ ପାଖକୁ ପଠାଉଛନ୍ତି । ତେଣୁ ଗଛ ଉପରେ ଚଢି ନେଟୱାର୍କ ଖୋଜିବାକୁ ପଡୁଛି । ନଭେମ୍ବର ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଶିକ୍ଷା ବିଭାଗ ନିଷ୍ପତି ନେବ । ବିଦ୍ୟାଳୟ ଖୋଲିଲେ ଛାତ୍ରଛାତ୍ରୀଙ୍କ ମୁଣ୍ଡର ଏ ଅନଲାଇନ୍ ପାଠ ପଢା ଚିନ୍ତା ହଟିବ ।