ଅକ୍ଟୋବର ବେଳକୁ ଦେଶରେ କରୋନା ସ୍ଥିତି ନିୟନ୍ତ୍ରିତ ହୋଇଯିବ ?ଜାଣନ୍ତୁ ଏମିତି ରିପୋର୍ଟ ପ୍ରକାଶ କଲା କିଏ !

ଦେଶରେ ୮୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ : ୫୭୩ ମୃତ, ୬ ରାଜ୍ୟରୁ ୭୪% ଆକ୍ରାନ୍ତ

source : times now news.com

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କରୋନା। ଗତ ଚାରି ମାସ ହେବ ଏହି କରୋନା ଭାଇରସ୍‌ ଆମ ଦେଶ ଭାରତରେ ଭୟର ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ପୁଳା ପୁଳା କରୋନା ପଜିଟିଭ୍‌ ବାହାରିିବା ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର୍‌ କରି ସାରିଲାଣି। କେବେ ହଟିବ ଏହି ସଂକଟ? କେବେ କରୋନା ଶୂନ୍ୟ ହେବ ଆମ ଦେଶ ଭାରତ? ଏହିପରି ପ୍ରଶ୍ନବାଚୀ ଏବେ ଅନେକଙ୍କ ଭିତରେ ସୃଷ୍ଟି ହୋଇଛି।

ନିକଟରେ ଏ ନେଇ ଏକ ସର୍ଭେ କରାଯାଇଛି। ସର୍ଭେରୁ ଜ‌ାଣିବାକୁ ମିଳିଛି ଯେ କରୋନା ଭାଇରସ୍‌ ବର୍ତ୍ତମାନ ଭାରତରେ ପୂରା ସକ୍ରିୟ ରହିଛି। ମାତ୍ର ମଧ୍ୟ-ଅକ୍ଟୋବର ବେଳକୁ ଭାରତରେ ଏହି ଭାଇରସ୍‌ର ପ୍ରକୋପ କମିବ। ଅକ୍ଟୋବର ମଧ୍ୟ ବେଳକୁ ଭାରତରେ କରୋନା ଭାଇରସ୍‌ର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାରରୁ କମ୍‌ ଥିବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨.୫ ମିଲିୟନ୍‌ ରହିଥିବା ବେଳେ ସୁସ୍ଥ ହେଲେଣି ୬.୮୯ ମିଲିୟନ୍‌। ୫୬୦ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରିି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୫୦ ଲକ୍ଷ ହୋଇଥିବା ବେଳେ ସୁସ୍ଥ ହେଲେଣି ୫.୩୫ ଲକ୍ଷ । ୨୨ ହଜାର ୬୭୪ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe