କନକ ବ୍ୟୁରୋ : ଯୁଦ୍ଧ ଜାରି ରହିଥିବା ବେଳେ ଆଲୋଚନା ଦ୍ୱାରା ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି  । ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି  । ହେଲେ ଏହି ଆଲୋଚନା ପରେ ଫ୍ରାନ୍ସ ଅଧିକାରୀ ଯେଉଁ ଉଚ୍ଛ ରଖିଛନ୍ତି, ତାହା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି  ।

Advertisment

ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ମାକ୍ରନ ଆଶଙ୍କା ପ୍ରକାଶ କରିଛନ୍ତି  । ଆଗାମୀ ଦିନରେ ଋଷ ଆହୁରି ଜୋରଦାର ଆକ୍ରମଣ କରିବ ଓ ପୁରା ୟୁକ୍ରେନ ଦଖଲ କରିନେବାର ଆଶଙ୍କା ଥିବା ମାକ୍ରନଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି  । ୟୁକ୍ରେନରେ ସାଧାରଣ ଜନତାଙ୍କୁ ଯୁଦ୍ଧ ବେଳେ ଟାର୍ଗେଟ ନକରିବା ଓ ମାନବିକ ସହାୟତା ପାଇଁ ଅନୁମତି ଦେବାକୁ ପୁଟିନଙ୍କ ନିକଟରେ ଦାବି ରଖିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି  ।