ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି ।

60

କନକ ବ୍ୟୁରୋ: ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସୋମବାର କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଏକ ଶୁଣାଣୀ କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଦେବା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଆହ୍ଲାବାଦ କୋର୍ଟ । ଗତ ମାସରେ ବାରଣାସୀ ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀର ବେସମେଣ୍ଟରେ ହିନ୍ଦୁମାନଙ୍କୁ ପୂଜାପାଠ କରିବାକୁ ଅନୁମତି ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସୁପ୍ରିମକୋର୍ଟ ଶୁଣାଣୀ କରିବାକୁ ମନା କରି ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଦ୍ୱାରା ଗଠିତ ଏକକ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣି କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି ।