କନକ ବ୍ୟୁରୋ: ଘଂଟ ଘଂଟା ସହ ବିଭିନ୍ନ ବାଦ୍ୟରେ ଦୁଲୁୁକୁଛି ପରିବେଶ । ଫୁଲ ଫଳ ଦେଇ ଚାଲିଛି ହୋମ ଯଜ୍ଞ । ଏକାଠି ହୋଇଛନ୍ତି ପୁରା ଗାଁର ଲୋକମାନେ । ନିଅଂଟିଆ ବର୍ଷା ଯୋଗୁ ବଢିଛି ଲୋକଙ୍କ ଚିନ୍ତା । କିଭଳି ଚଳିବ ପରିବାର । କିଭଳି ବଂଚିବେ ଗାଁର ଲୋକେ । ଏନେଇ ଏକାଠି ହୋଇ ଦେବୀଙ୍କୁ ଗୁହାର ଲଗାଇଛନ୍ତି । ପାହାଡ ଉପରେ ନାଗରା ବାଜା ବଜାଇ ମନ୍ତ୍ର ଦ୍ୱାରା ଦେବୀଙ୍କୁ ଅବାହାନ କରୁଛନ୍ତି କାହାଣ୍ଡି କୋକସରା ବ୍ଲକ ମହିମା ଗାଁର ଲୋକେ । ମାଆଙ୍କ ନିକଟରେ ଗୋଟିଏ ଅନୁରୋଧ ବର୍ଷା ମୁନ୍ଦାଏ ହେଉ । ଡଙ୍ଗର ଉପରେ ଦେବୀଙ୍କୁ ଆବାହନ କରି ନିଜ ମନ କଥା ଜଣାଇଛନ୍ତି । ପୁରୁଷ ପୁରୁଷ ଧରି ଏଠାରେ ଡଙ୍ଗରରେ ଥିବ ଦେବୀ ମାଆ ସ୍ୱର୍ଗ ମାଉଳିଙ୍କ ଉପରେ ରହିଛି ଭରସା । ମା’ଙ୍କର ୧୨ ପାଳି ପୂଜା କରି ଆବାହନ କରିଲେ ମାଆ ପ୍ରସନ୍ନ ହୋଇ ମନୋସ୍କାମନା ପୂରଣ କରିଥାନ୍ତି । ଏନେଇ ମରୁଡିରୁ ରକ୍ଷା କରି ବର୍ଷା କରିବାକୁ ଚାଷୀ ପୂଜା ସହ ଅଧିଆ ପଡିଛି ମାଆଙ୍କ ନିକଟରେ ।

Advertisment

ପରମ୍ପରା ରହିଛି ମାଆ ସ୍ୱର୍ଗ ମଉଳିଙ୍କୁ ଆବାହନ କରିଲେ ବର୍ଷା ହେବ । ଏନେଇ ପ୍ରତିବର୍ଷ ବର୍ଷା ନେଲେ ଗାଁର ଲୋକମାନ ଏକାଠି ହୋଇଯାନ୍ତି ପୂଜା କରବାକୁ । ଆଉ ସମସ୍ତଙ୍କ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ । ମାଆ ତାଙ୍କୁ ମରୁଡିରୁ ରକ୍ଷା କରି ବର୍ଷା ଆଉ ଭଲ ଫସଲ ଦେଇଥାନ୍ତି ।  ଗାଁ ଲୋକଙ୍କର ବିଶ୍ୱାସ ଅଉ ଭରସା ରହିଛି ମାଆଙ୍କ ଉପରେ । ପ୍ରତିବର୍ଷ ବର୍ଷା ନହେଲେ ନିଜ ପରମ୍ପରାକୁ ବଜାୟ ରଖିବା ସହ ଡଙ୍ଗର ଉପରେ ପୂଜା କରିଥାନ୍ତି ।