ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ , ହନୁମାନଗଡ଼ି ମନ୍ଦିରରେ ଚାଲିଛି ତିନିଦିନିଆ ବୈଦିକ ପୂଜାର୍ଚ୍ଚନା : ଅଯୋଧ୍ୟାର ପ୍ରବେଶପଥ ସିଲ୍

Advertisment
କାଲି ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ: ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ୧୭୫ ଜଣିଆ ଅତିଥୀ; ଭିଡିଓ କନଫରେନ୍ସିଂରେ ଯୋଗ ଦେବେ ଆଡଭାନୀ ଓ ଯୋଶୀ

କନକ ବ୍ୟୁରୋ : ଆଜି ଶେଷ ହେବାକୁ ଯାଉଛି ଶହ ଶହ ବର୍ଷର ଅପେକ୍ଷା । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଆଜି ପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜନ । ଏହି ଖୁସିର ଅବସର ଆଗରୁ ପୁରା ଅଯୋଧ୍ୟା ସଜେଇ ହୋଇ ଗଲାଣି । ଅଯୋଧ୍ୟା ସହର ଠାରୁ ଆରମ୍ଭ କରି ସରଜୁ ନଦୀ ତଟ ଯାଏଁ ସବୁ ସ୍ଥାନ ହୋଇ ଉଠିଛି ରାମ ମୟ । ସବୁ ସ୍ଥାନ ଗୁଡିକ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଫୁଲ ଆଉ ଆଲୋକମାଳା ଓ ଦୀପ । ସରଜୁ ନଦୀ ତଟରେ ଲକ୍ଷାଧିକ ଦୀପ ପ୍ରଜ୍ୱଳନ ପରେ ଏହାର ପ୍ରତିବିମ୍ୱ ନଦୀରେ ସୃଷ୍ଟି କରିଛି ସୁନ୍ଦର ମନୋରମ ଦୃଶ୍ୟ ।

ସେପଟେ ରାମମନ୍ଦିର ଭୂମିପୂଜନ ଅବସର ଆଗରୁ ଭିଡିଓ ବାର୍ତା ଜାରି କରିଛନ୍ତି ବିଜେପି ଲୌହପୁରୁଷ ଲାଲକୃଷ୍ଣ ଆଡଭାନୀ । ରାମମନ୍ଦିର ଭୂମି ପୂଜନ ଦେଶ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି ଆଡଭାନୀ । କରୋନା କଟକଣା ତଥା ବୟସ ଅଧିକ କାରଣରୁ ଏହି ବରିଷ୍ଠ ବିଜେପି ନେତା ପ୍ରତ୍ୟକ୍ଷ ଭାବେ ରାମମନ୍ଦିର ଭୂମିପୂଜନକୁ ନଆସି ଏଥର ଭିଡିଓ କନଫରେନ୍ସରେ ସାମିଲ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe