ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ । ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ  ଅଯୋଧ୍ୟାର ପ୍ରବେଶପଥ ସିଲ୍

214

କନକ ବ୍ୟୁରୋ : ଆଜି ଶେଷ ହେବାକୁ ଯାଉଛି ଶହ ଶହ ବର୍ଷର ଅପେକ୍ଷା । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଆଜି ପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜନ । ଦୈବିକ ରୀତିନୀତିରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୧ ଜଣ ପୁରୋହିତ ପୂଜା କରିବେ । ଏହି ଅବରେ ଅଯୋଧ୍ୟାର ସରଜୁ ନଦୀ କୂଳରେ ଶ୍ରୀରାମଙ୍କର ଏକ ବିଶାଳ ପ୍ରତିମୂର୍ତି ନିର୍ମାଣ ହୋଇଛି ।

ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆସିବେ ପବିତ୍ର ସରଜୁ ନଦୀ ଘାଟକୁ । ଏଠାରେ ସରଜୂ ନଦୀରେ ପୂଜା ସହିତ ଏହାର ଦର୍ଶନ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ସଜେଇ ହୋଇ ରହିଛି ସରଜୁ ନଦୀ  ତଟ । ନଦୀ କୂଳରେ ପୂଜା ସ୍ଥଳକୁ ସଜ୍ଜିତ କରାଯିବ ସହ ପେଣ୍ଡାଲ ମଧ୍ୟ କରାଯାଇଛି । ଆଜି ସକାଳୁ ସକାଳୁ ଭକ୍ତଙ୍କର ସୁଅ ମଧ୍ୟ ଏହି ସ୍ଥାନକୁ ଛୁଟିଲାଣି ।