ବନ୍ୟାରେ ଯାଜପୁରର ବରୀ ସ୍ଥିତି ସାଂଘାତିକ । ଅନେକ ଅଂଚଳ ଜଳମଗ୍ନ । ବନ୍ୟା ପାଣିକୁ କରାଯାଉଛ ପିଇବା ଉପଯୋଗୀ । ସେପଟେ ପାଣି କମିବା ଲାଗି ଯାଜପୁରର ବଡସୁଆର ଗାଁରେ ପୂଜାର୍ଚ୍ଚନା

118

କନକ ବ୍ୟୁରୋ: ଯାଜପୁର ଜିଲ୍ଲାର ଅନେକ ଅଂଚଳ ଏବେ ବନ୍ୟା ଘେରରେ । ଏହାରି ଭିତରେ ବନ୍ୟା କମିବା ପାଇଁ ଲୋକେ କରିଛନ୍ତି ଜଳ ଆଳତୀ । ଯାଜପୁର ବ୍ଲକ ବଡ ସୁଆର ପଂଚାୟତରେ ବନ୍ୟା ବିପନ୍ନ ଲୋକେ ନଦୀକୁ ପୂଜା କରୁଥିବା ଦେଖିବାକୁ ମିଳିଛି । ଶଂଖ ବଜାଇ, ହୁଳହୁଳି ପକାଇ ଚାଲିଛି ପୂଜା । ବନ୍ୟା ସମୟରେ ନଦୀକୁ ପୂଜା କଲେ ବନ୍ୟା କୋପ କମିବ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ସେଥିପାଇଁ ବଡସୁଆର ଗାଁର ମହିଳା ଏକାଠି ହୋଇ ସ୍ଥାନୀୟ ଖରସ୍ରୋତା ନଦୀରେ ବନ୍ଦାପନା କରିଛନ୍ତି ।

ସେପଟେ, ବନ୍ୟା ପାଣିକୁ କରାଯାଉଛି ପାନୀୟ ଉପ ଯୋଗୀ । ଯାଜପୁର ବରି ଅଂଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଏଭଳି ଉପାୟ ଅବଲଂବନ କରିଛି ପ୍ରଶାସନ । ଘଂଟାକୁ ପ୍ରାୟ ୨ ହଜାର ଲିଟର ପିଇବା ପାଣି ଏହି ପ୍ରକ୍ରିୟାରେ ପ୍ରସ୍ତୁତ ହୋଇପାରୁଛି । ଏହି ପାଣି ୧୦୦ ପ୍ରତିଶତ ପିଇବା ଉପ ଯୋଗୀ ବୋଲି କହିଛନ୍ତି ବୈଷୟିକ ବିଶେଷଜ୍ଞ । ବର୍ତମାନ ଯାଜପୁର ଜିଲ୍ଲାର ବରି ଅଂଚଳ ବନ୍ୟାରେ ସର୍ବାଧିକ ପ୍ରଭାବିତ ଅଂଚଳ ହୋଇଥିବା ବେଳେ , ବନ୍ୟା ପୀଡିତଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ପହଁଚାଇବା ଏକ ବଡ ସମସ୍ୟା ଏବଂ ପ୍ରାଥମିକତା ମଧ୍ୟ । ଏହିପରି ସ୍ଥିତିରେ ବନ୍ୟା ଜଳରୁ ଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତ ପ୍ରକ୍ରିୟା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।