କନକ ବ୍ୟୁରୋ : କରୋନା ପାଇଁ ଟୁଇନ ସିଟିରେ ଏଥର ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ସେଥିପାଇଁ ଟୁଇନ୍ ସିଟିରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମଣ୍ଡପ ଗୁଡିକୁ ଅନୁମତି ଦିଆଯିବ ନାହିଁ ବୋଲି ଆଗୁଆ ଟୁଇଟ୍ କରି ସୂଚନା ଦେଇଛି କମିଶନରେଟ୍ ପୋଲିସ । ଚଳିତ ବର୍ଷ ମୁମ୍ୱାଇରେ ଗଣେଶ ମହୋତ୍ସବ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ତେଣୁ ଟୁଇନ୍ ସିଟିରେ ଗଣେଶ ପୂଜାକୁ ମନା ନିଷ୍ପତିକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି କରିଛି କମିଶନରେଟ୍ ପୋଲିସ ।
କରୋନା ପାଇଁ ଟୁଇନ ସିଟିରେ ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା : କମିଶନରେଟ୍ ପୋଲସିର ସୂଚନା; ସାମୁହିକ ସ୍ତରରେ ଏଥର ମଣ୍ଡପରେ ଗଣେଶ ପୂଜାକୁ ମିଳିବନି ଅନୁମତି
/kanak/media/post_attachments/wp-content/uploads/2020/08/26-5.jpg)