ଜ୍ଞାନବ୍ୟାପୀ ମସଜିଦରେ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ସକାଳୁ ପୂଜକ କଲେ ପୂଜାର୍ଚ୍ଚନା ।

306

କନକ ବ୍ୟୁରୋ: ୩୦ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜକ କରିଛନ୍ତି ପୂଜାର୍ଚ୍ଚନା । ଗତକାଲି ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ କୋର୍ଟ ନିଷ୍ପତ୍ତିି ନେଇଥିଲେ । ଆଜି ରାତି ୩ଟାରୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ମାନଙ୍କ ଦ୍ୱାରା ‘ବ୍ୟାସ୍ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ୩୦ବର୍ଷ ପରେ ପୁଣିଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ଏହା ପରିସରରୁ ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।