ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ନିରାଶ ହୁଅନ୍ତୁ ନାହିଁ : ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ବି କାମ କରିବ

232

କନକ ବ୍ୟୁରୋ : କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାକୁ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଦ୍ୱିତୀୟ ଡୋଜ୍ ନେବାର ସମୟ ଗଡି ଗଲାଣି । ତେଣୁ ଟିକାକରଣ କେନ୍ଦ୍ର ଗୁଡିକ ଆଗରେ ଭିଡ୍ ଲଗାଉଛନ୍ତି ଟିକା ନେବାକୁ ଅପେକ୍ଷା କରିଥିବା ଏଭଳି ଲୋକ । ଶୀଘ୍ର ଦ୍ୱିତୀୟ ଡୋଜ୍ ନନେଲେ ପ୍ରଥମ ଡୋଜର କିଛି ମୂଲ୍ୟ ରହିବ ନାହିଁ ବୋଲି ଅନେକଙ୍କ ମନରେ ଆଶଙ୍କା ଏହି ଗହଳିର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ତେବେ ପ୍ରଥମ ଡୋଜ୍ ନେବା ପରେ ଯଦି ୪ ରୁ ୬ ସପ୍ତାହ ହୋଇଗଲାଣି ଆଉ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାଁନ୍ତି ସେମାନେ ହତାଶ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କହିଛନ୍ତି, ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ବି ଏହା କାମ କରିବ । ଇମୁନୋଲୋଜିଷ୍ଟ ଭିନିତା ବଳ କହିଛନ୍ତି, ଟିକାର ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକର ଶରୀରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ।

ଦ୍ୱିତୀୟ ଡୋଜ୍ ହେଉଛି ବୁଷ୍ଟର ଡୋଜ୍, ଯାହାକି ପ୍ରଥମ ଡୋଜ୍ ଟିକାର ପ୍ରଭାବକୁ ବଢ଼ାଇଥାଏ । ତେଣୁ ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ଭୟଭୀତ ହୁଅନ୍ତୁ ନାହିଁ । ବିଶେଷ କରି ଟିକା ନେବା ପାଇଁ ଜନ ଗହଳି ସ୍ଥାନକୁ ନଯିବାକୁ ବୟସ୍କଙ୍କୁ ପରାମର୍ଶ ଦେଇଛନ୍ତି ଏହି ବିଶେଷଜ୍ଞ ।