କ୍ୟାଡବରୀ ଚକଲେଟରୁ ବାହରିଲା କୃମି । ଗ୍ରାହକଙ୍କ ଅଭିଯୋଗ ପରେ କ୍ଷମା ମାଗିଲା ଚକଲେଟ୍ କମ୍ପାନୀ ।

955

କନକ ବ୍ୟୁରୋ: ଚକୋଲେଟ୍ କାହାକୁ ବା ନପସନ୍ଦ । ଖାସ୍ କରି ଦାମୀ ଚକୋଲେଟ ଉପରେ ସମସ୍ତଙ୍କର ଅଧିକ ଲୋଭ ଥାଏ । କିନ୍ତୁ ଏହି ଦାମୀ ଚକୋଲେଟରୁ ବାହାରିଛି କୃମି । କ୍ୟାଡବରି ଚକୋଲେଟରେ କୃମି ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ହାଇଦ୍ରାବାଦରେ ରବୀନ ନାମକ ଜଣେ ବ୍ୟକ୍ତି ଚକୋଲେଟ୍ କିଣିଥିଲେ । ଆଉ ଚକୋଲେଟ ଜରି ଖୋଲିବା ପରେ ହଠାତ ଦେଖିଥିଲେ ସାଲୁବାଲୁ ହୋଇ କୃମିଟି ଚୋକୋଲେଟ ଉପରେ ରହିଛି । ରବୀନ ହାଇଦ୍ରାବାଦର ଆମୀରପେଟ ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ ଏହି ଚକୋଲେଟ୍ କିଣିଥିଲେ । ଯାହାର ଦାମ ୪୫ ଟଂକା ରହିଥିବା ବିଲରେ ଉଲ୍ଲେଖ ରହିଛି । ଏହାକୁ ନେଇ ରବୀନ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ କ୍ୟାଡବରିକୁ ଜବାବ ମାଗିଥିଲେ । ପରେ କ୍ୟାଡବରି ଏପରି ଅବ୍ୟବସ୍ଥା ପାଇଁ କ୍ଷମା ପ୍ରାର୍ଥନା କରିଛି ।