ପିଲାଙ୍କ ଭାତରେ ପୋକ ! ମାଲକାନଗିରି ଖଇରପୁଟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ନିମ୍ନମାନର ଚାଉଳ

33

କନକ ବ୍ୟୁରୋ : ସ୍କୁଲ ପିଲାଙ୍କ ଭୋଜନରେ ପୋକ । ଏଭଳି ଅଭାବନୀୟ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରୁ । ପୋକ ସାଲୁବାଲୁ ଚାଉଳରେ ପ୍ରସ୍ତୁତ ହେଉଛି ପିଲାଙ୍କ ପାଇଁ ଭୋଜନ । ଆଉ ଏହାର ପ୍ରତିବାଦ କଲେ ମିଳୁଛି ଧମକ । ମାସ ମାସ ଧରି ଏପରି ପୋକରା ଚାଉଳରେ ମିଲ ପ୍ରସ୍ତୁତ ହେଉଥିବା ଅଭିଯୋଗ କରିିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ଗତକାଲି ରାତିରେ ପୋକରା ଚାଉଳର ଭାତ ଦିଆଯାଇଥିବାରୁ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟରେ ପହଂଚି ହୋ-ହଲ୍ଲା କରିଥିଲେ । ଏନେଇ ଖବର ଜଣାପଡିବା ପରେ ସ୍କୁଲରେ ପହଂଚି ସିଆରସି ଓ ଡିପିସି ଛାନଭିନ୍ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ପୋକରା ଚାଉଳ ଆବାସିକ ସ୍କୁଲ ପିଲାଙ୍କୁ ଦିଆଯାଉଛି ତାର ତଦନ୍ତ କରୁଛନ୍ତି ।

ସେପଟେ ୩ ମାସରେ ଥରେ ଚାଉଳ ଆସୁଥିବାରୁ ଚାଉଳରେ ପୋକ ଲାଗୁଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ସ୍କୁଲ ପିଲାଙ୍କ ଭୋଜନକୁ ନେଇ ମାଲକାନଗିରିରୁ ଆସୁଛି ବାରମ୍ବାର ଅଭିଯୋଗ । କିଛି ଦିନ ତଳେ ସ୍କୁଲରେ ଡାଲି ସରିଯିବାରୁ ପିଲାଙ୍କୁ ଦିଆଯ। ଇଥିଲା ଲୁଣ ସହ ଭାତ ।

ସେହିପରି ଅନେକ ସମୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ ହେଉଥିବା ଖବର ମଧ୍ୟ ଆସୁଛି । ଏପରି ସ୍ଥିତିରେ ପୋକରା ଚାଉଳରେ ପିଲାଙ୍କ ପାଇଁ ଭୋଜନ ପ୍ରସ୍ତୁତ ହୋଇ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଖେଳ ଖେଳାଯାଉଛି । ସେପଟେ ପିଲାଙ୍କ ବିକାଶ ଓ ଶିକ୍ଷାକୁ ନେଇ ବିକାଶ କରାଯାଉଥିବା ସରକାର କହୁଥିବା ବେଳେ ସରକାରଙ୍କ ଅସଲ ଚିତ୍ର ଲୋକଲୋଚନକୁ ଆସିଛି ।