ସବୁଠାରୁ ବଡ଼ ଭାସମାନ କ୍ରିସମାସ୍ ଟ୍ରି : ଉଚ୍ଚତା ୨୪ ମହଲା କୋଠା ସହ ସମାନ, ଲାଗିଛି ୯ ଲକ୍ଷ ଲାଇଟ୍

ସବୁଠାରୁ ବଡ଼ ଭାସମାନ କ୍ରିସମାସ୍ ଟ୍ରି : ଉଚ୍ଚତା ୨୪ ମହଲା କୋଠା ସହ ସମାନ, ଲାଗିଛି ୯ ଲକ୍ଷ ଲାଇଟ୍

ବ୍ରାଜିଲର ରିୟୋ ଡି ଜେନେରୋରେ ପାରମ୍ପରିକ ଢଙ୍ଗରେ ସଜାଯାଇଥିବା କ୍ରିସମାସ୍‌ ଟ୍ରି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଟ୍ରିକୁ ଦୁନିଆର ସବୁଠାରୁ ବଡ଼ କ୍ରିସମାସ୍‌ ଟ୍ରି କୁହାଯାଉଛି । ଟ୍ରିକୁ ଲାଇଟ୍‌ ଓ ମ୍ୟୁଜିକ୍‌ରେ ସଜାଯାଇଛି। ଏହି ଟ୍ରିର ଉଦଘାଟନ ଅବସରରେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାକାର ଲୋକେ ଡିସେମ୍ବର ମାସକୁ ପର୍ବପର୍ବାଣୀର ଆରମ୍ଭର ସଙ୍କେତ କହିଥାନ୍ତି ।

ସୂଚନା ମୁତାବକ, ୨୩୦ ଫୁଟ ଉଚ୍ଚ ଏହି କ୍ରିସମାସ୍‌ ଟ୍ରିକୁ ଏକ ଶକ୍ତିଶାଳୀ ଧାତୁରେ ନିର୍ମାଣ କରାଯାଇଛି। ଟ୍ରିକୁ ଲାଇଟରେ ସଜାଯିବା ସହିତ ମ୍ୟୁଜିକାଲ ଶୋ’ ଓ ବାଣ ଫୁଟାଇ ଭବ୍ୟ ଭାବରେ ଉଦଘାଟିତ କରାଯାଇଛି। ଏହାକୁ ଡିସେମ୍ବର ମାସର ପର୍ବ ଭାବରେ ପ୍ରାରମ୍ଭିକ ସଙ୍କେତ ଭାବି ମନାଯାଇଥାଏ। ପ୍ରଭାବଶାଳୀ ଧାତୁରେ ତିଆରି କରାଯାଇଥିବା ଏହି କ୍ରିସମସ୍ ଟ୍ରି ୨୩୦ ଫୁଟର ହୋଇଥିବା ବେଳେ ଶନିବାର ରୋଡିଗୋ ଡି ଫ୍ରିଟାସ୍ ଲାଗୁନ ଉପରୁ ଭିନ୍ନ ଭିନ୍ନ ପ୍ରକାର ଲାଇଟରେ ସଜାଯାଇଥିଲା। ଏହାକୁ ରିୟୋ ଡି ଜେନେରୋର ଦକ୍ଷିଣ କ୍ଷେତ୍ରର ପ୍ରତିଷ୍ଠିତ ସ୍ଥାନ ଭାବରେ ମନେକରାଯାଇଥାଏ।

ଟ୍ରିର ଉଦ୍‌ଘାଟନୀ ଅବସରରେ ଆଲୋକମାଳା, ମ୍ୟୁଜିକାଲ ଶୋ ଓ ଆତସବାଜି ପ୍ରାୟ ୭ ମିନିଟ୍‌ ଧରି ଚାଲିଥିଲା । ଏ ଅବସରରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ହୋଇ ଶୋ’ର ମଜା ଉଠାଇଥିଲେ । ପ୍ରାୟ ୨୪ ତାଲା ବିଲ୍ଡିଂ ଉଚ୍ଚ ଏହି କ୍ରିସମାସ୍‌ ଟ୍ରି ପାଣିରେ ଭାସୁଥିବା ୧୧ ପ୍ଲାଟଫର୍ମ ଉପରେ ରଖାଯାଇଛି। ଏହାକୁ ସଜାଇବା ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଏଲଇଡି ବଲ୍‌ବ ବ୍ୟବହାର କରାଯାଇଛି । ୧୯୯୬ ମସିହାରୁ ଏହି ଉତ୍ସବ ପାଳିତ ହୋଇ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe