ସମଲିଙ୍ଗୀ ସଂପର୍କକୁ ନେଇ ବିଶ୍ୱର ସବୁଠାରୁ କଡା ଆଇନ ଆଣିଲା ଏହି ଦେଶ, ବିଧେୟକ ପାରିତ ପରେ ବାଇଡେନ ଦେଲେ ନିବେଶ କମ କରିବାକୁ ଚେତାବନୀ

186

କନକ ବ୍ୟୁରୋ : ୟୁଗାଣ୍ଡା ରାଷ୍ଟ୍ରପତି ୟୋବେରୀ ମୁସେବନୀ ସୋମବାର ଦିନ ସମଲିଙ୍ଗୀ ସଂପର୍କକୁ ନେଇ ବିଶ୍ୱର ସବୁଠାରୁ କଡା ଆଇନ ପାରିତ କରିଛନ୍ତି । ଆଇନ ମୁତାବକ ସମଲିଙ୍ଗୀ ସଂପର୍କ ନେଇ ଅଭିଯୋଗ ଆସିଲେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଠାରୁ ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ ଦଣ୍ଡରେ ଦଣ୍ଡିତ କରାଯାଇପାରିବ । ୟୁଗାଣ୍ଡାରେ ପ୍ରଥମରୁ ବି ସମଲିଙ୍ଗୀ ସଂପର୍କକୁ ନେଇ ବେଶ୍ କଠୋର ଆଇନ ପ୍ରଚଳିତ ଥିଲା ।

ୟୁଗାଣ୍ଡା ସଂସଦରେ ଏହି ଆଇନ ପାରିତ ହେବା ବେଳେ ସମଲିଙ୍ଗୀ ସଂପର୍କକୁ ସମାଜର ମୂଲ୍ୟବୋଧ ବିରୋଧୀ ବୋଲି କୁହାଯାଇଥିଲା । ଏହାସହ ସଂସଦର ସମସ୍ତ ସଦସ୍ୟ ଏହି ଆଇନକୁ ପାଳନ କରିବାକୁ ଶପଥ ନେଇଥିଲେ । ଏହି ଆଇନ ପାରିତ ହେବା ପରେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ତରଫରୁ ୟୁଗାଣ୍ଡାର ଅନେକ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଓ ୟୁଗାଣ୍ଡାରେ ଆମେରିକୀୟ ନିବେଶ କମ୍ କରିବାକୁ ଚେତାବନୀ ଦେଇଛନ୍ତି ।

ୟୁଗାଣ୍ଡାରେ ପାରିତ ହୋଇଥିବା ଅଶଇନ ମୁତାବକ ୧୮ବର୍ଷରୁ କମ୍ ବୟସର କୌଣସି ବ୍ୟକ୍ତି କିମ୍ବା ଏଚଆଇଭି ସଂକ୍ରମିତଙ୍କ ସହ ସମଲିଙ୍ଗୀ ସଂପର୍କ ରଖିଲେ ମୁତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇପାରିବ । ଏହାସହ ଏଭଳି କାମକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ।